ଭୁତପଦା ଗ୍ରାମରେ ଜବର ଦଖଲକୁ ନେଇ ବଢ଼ୁଛି ଅସନ୍ତୋଷ        

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ଭୁତପଦା ଗ୍ରାମରେ ଦିନକୁ ଦିନ ଜବରଦଖଲ ବଢ଼ୁଥିବାରୁ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ଗାଁରେ ଶତାଧିକ ପରିବାର ବସବାସ କରୁଛନ୍ତି । ଗତ କିଛିଦିନ ହେଲା ଗ୍ରାମର ଅନେକ ଲୋକ ଗାଁ ରେ ଥିବା ଗୋଦାଣ୍ଡି, ଗୋଚର, ଅନାବାଦି, ପାଣିନାଳ ଓ ସ୍ମଶାନକୁ ଜବରଦଖଲ କରିନେଇ ମାଟି ପକାଇ ପୋତି ଦେଉଛନ୍ତି । ବାରିକମିସ୍ତ୍ରୀ ବନ୍ଧ ଠାରୁ ନାଇକସାହି ପର୍ଯ୍ୟନ୍ତ ରାସ୍ତା ପାଖ ଯାଗାକୁ ପୋତି ଜବରଦଖଲ କରିବା ସହ ଭୁତପଦା ଗ୍ରାମଠାରୁ ଅପସର ପର୍ଯ୍ୟନ୍ତ ଯାିଥିବା ଅଙ୍କିରା ନାଳକୁ କିଛି ଲୋକ ଜୋର ଜବରଦସ୍ତ ପୋତିବାରେ ଲାଗିଛନ୍ତି । ଏହି ଅଙ୍କିରା ନାଳ ଦ୍ୱାରା ଗ୍ରାମର ଶହଶହ ଏକର ଚାଷଜମି ଜଳସେଚିତ ହେବା ସହ ଜଳନିସ୍କାସିତର ଏକମାତ୍ର ମାଧ୍ୟମ ପାଲଟିଥାଏ । ଯଦି ଏହି ନାଳଟଠିକୁ ଲୋମାନେ ଜବରଦଖଲ କରିନେଇ ପୋତି ଦିଅନ୍ତି ତେବେ ଭୁତପଦା, ଅପସର ଆଦି ଦୁଇଟି ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରିବେ । ସେହିପରି ଗାଁରେ ଥିବା ସ୍ମଶାନ ଜମିକୁ  ଜବରଦଖଲ କରିନେଉ ଥିବାରୁ ଗାଁ ଲୋକମାନେ ଶବ ସଂସ୍କାର ପାଇଁ ନାନା ଅସୁବିଧା ଭୋଗ କରିବେ ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଓ ହାଟଡିହି ତହସିଲଦାର ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ