ଭୁତ ଜଗିଛି ବ୍ଲକ ସହାୟତାରେ ଚାଲିଥିବା ଜଳଛତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଗ୍ରୀଷ୍ମ ଋତୁରେ ଲୋକଙ୍କ ତୃଷ୍ଣା ମେଣ୍ଟାଇବା ନିମନ୍ତେ ବ୍ଲକର ବିଭିନ୍ନ କେନ୍ଦ୍ର ସ୍ଥଳି ଗ୍ରାମ ଗୁଗିକର ସ୍ଥାପନ କରାଯାଇଛି ଜଳଛତ୍ର ଉଦେଶ୍ୟ ହେଲା ବିଭିନ୍ନ ସରକାରୀ , ବେସରକାରୀ ଓ ବ୍ୟକ୍ତିଗତ କର୍ମରେ ସାଧାରଣ ଜନତା ନିଜ ଗ୍ରାମ ବାହାରକୁ ଯାଉଥିବା ଲୋକଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାନୀୟ ଜଳଯୋଗାଣ କରିବା ସହ ଅଂଶୁଘାତ ରୁ ରକ୍ଷା କରିବା I ଏହାକୁ ଠିକରେ କାର୍ଯ୍ୟକାରୀ କରାଇବା ନିମନ୍ତେ ଜଳଛତ୍ର କେନ୍ଦ୍ରରେ ଦିନତମାମ ଜାଗୁଥିବା ଲୋକଙ୍କୁ ଗୋଟିଏ ଦିନର ମଜୁରୀ ଅର୍ଥାତ ଟ. ୨୦୦ ରୁ ୨୫୦ ଙ୍କା ଦେବାର ବ୍ୟବସ୍ଥା ରହିଛି I ସେହି ଲୋକର କାମହେଲା ଜଳପାତ୍ରରେ ପାଣି ଖାଲିହେବା ପୂର୍ଵରୁ ଜଳ ଭର୍ତି କରିବା ଓ ଲୋକଙ୍କୁ ଜଳଦାନ କରିବା କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କାରଣ ଏଠାରେ ଜଳ ଓ ଜଳପାତ୍ର ଅଛି କିନ୍ତୁ ଜଗିବା ଲୋକର ଦେଖାନାହିଁ ତେଣୁ ଲୋକମାନେ କୁହାକୁହି ହେଉଛନ୍ତି ଏହି ଜଳଛତ୍ର କୁ ଭୁତ ଜଗିଛି I ଯଦି ବ୍ଲକ କାର୍ଯ୍ୟାଳୟ ବାହାରେ ଏହିଭଳି ବ୍ୟବସ୍ଥା ତେବେ ବ୍ଲକ ତରଫରୁ ଖୋଲାଯାଇଥିବା ମୋଟା ୧୪୬ଗୋଟି ଜଳଛତ୍ର ଯେ କିଭଳି ବ୍ୟବସ୍ଥାରେ ଚାଲିଥିବ ତାହା ଅନୁମାନ କରିବାରକଥା I ଏଠାରେ ସନ୍ଧେହ ହେଉଛି ଯଦି କେହି ଦୁର୍ବୁର୍ତ୍ତ ଉକ୍ତ ଜଳପତ୍ରରେ ଅପାନୀୟ କିମ୍ବା ବିଷାକ୍ତ ପଦାର୍ଥ ମିଶ୍ରଣ କରିଦିଏ ତାହାହେଲେ କିଏ ଉତ୍ତରଦାୟୀ ରହିବେ ? ବିଶୁଦ୍ଧ ଜଳନାମରେ ବିଷାକ୍ତଜଳ ଯେ ଦାନ କରାଯାଉଛି ତାର ସରଟିଫିକେଟ ଦେଉଛି କିଏ ? ଏହିଭଳି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ଆସିବା ସ୍ୱାଭାବିକ ତେଣୁ ବ୍ଲକ ପ୍ରଶାସନ ବେଳଥାଉଁଣୁ ଏଥିପ୍ରତି ଜାଗ୍ରତ ହେବାର ସମୟ ଆସିଛି ଯଦି ଏହି ଭଳି ବେପରୁଆ ଜଳଛତ୍ର ନାମକୁ ମାତ୍ର ଚାଲୁ ରହିବ ତାହାହେଲେ ଲୋକଙ୍କର ଟିକସ ଟଙ୍କା ଶ୍ରାଦ୍ଧ ହେବାସହିତ ଏହି ଜଳଛତ୍ରରୁ ଜଳ ପାନକରି କାହାରଯେ ମୃତ୍ୟୁ ହେବନାହିଁ ତାହାର ଗେରେଣ୍ଟି ବ୍ଲକ ପ୍ରଶାସନ ଦେଇପାରିବ ନାହିଁ I ତେଣୁ ଏହାର ଉଚିତ ପରିଚାଳନା ନିମନ୍ତେ ବ୍ଲକ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ସ୍ଥନୀୟ ଜନ ସାଧାରଣ ଦାବି କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ