ଭୁତ ବ୍ୟକ୍ତିଙ୍କ ନାମରେ ଜମି ଉନ୍ନତିକରଣ ଘଟଣା, ସତ ଲୁଚାଇବାକୁ ପ୍ରୟାସ ଆରମ୍ଭ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅଁରା ପଞ୍ଚାୟତର ବେଲବନ୍ଧ ଗ୍ରାମରେ ଭୁତ ହିତାଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବ୍ଲକ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଛନକା ପସିଛି । ସତ ଲୁଚାଇବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି । ଏହି ଗ୍ରାମରେ ବାବାଜି ବେହେରା ନାମକ କେହି ବ୍ୟକ୍ତି ନଥିବାବେଳେ ବାବାଜି ବେହେରାଙ୍କ ନାମରେ ଏକ ଜମି ଉନ୍ନତିକରଣ କାର୍ଯ୍ୟାଦେଶ ବାହାରି ଥିଲା । ଯାହାରକି କୋର୍ଡ ନମ୍ବର ହେଉଛି ୨୪୦୩୦୦୯୦୩୧ଆଇଏଫ/୧୦୮୪୫୧୭୬ । ଗତ ୨୭/୦୫/୨୦୨୨ରେ ୧ଲକ୍ଷ ୫୦ହଜାର ୪୩ଟଙ୍କାର ଏହି ପ୍ରକଳ୍ପ ଖୋଲାଯାଇ ୩୯୯୬୦ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା । ଏବେ ପୁନର୍ବାର ଏହି ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ଦର୍ଶାଯାଇ ଗତ ବୁଧବାର ଦିନ ୭ଦିନର ଜବକାର୍ଡ ଏଣ୍ଟ୍ରି କରାଯାଇ ଲେବର ଡିମାଣ୍ଡ ପକାଯାଇଛି । କିନ୍ତୁ ଗ୍ରାମବାସୀଙ୍କ କହିବାନୁଯାଇ ବାସ୍ତବରେ ବାବାଜି ବେହେରା ନାମରେ କେହି ବ୍ୟକ୍ତି ବେଲବନ୍ଧ ଗ୍ରାମରେ ନାହାନ୍ତି । ଯଦି ଏପରି ଲୋକ ନାହାନ୍ତି ତେବେ କପରି କାର୍ଯ୍ୟାଦେଶ ବହାହାରିଲା, ଓ କାମ ପୁଣି କିଏ କଲା ଓ ଟଙ୍କା କିଏ ନେଲା ଏହାକୁ ନେଇ ଗ୍ରାମବାସୀମାନେ ପ୍ରଶ୍ନ କରିଥିଲେ । ଏଠାରେ ଏହିପରି ଭାବରେ ଲୁଟତରାଜ ହେଉଛି ବୋଲି ଗ୍ରାମବାସୀମାନେ କହିଥିଲେ । ଏ ସମ୍ପର୍କରେ ବ୍ଲକର ଏପିଓଙ୍କୁ ପଚାରିବାରେ ସେ ଜିଆରଏସଙ୍କୁ ପଚାରି କହିବେ ବୋଲି କହିଥିଲେ । ସଂପୃକ୍ତ ପଞ୍ଚାୟତର ଜିଆରଏସ ମାନସ ଲେଙ୍କାଙ୍କୁ ପଚାରିବାରେ ସେ ବାବାଜି ନାୟକ କୁ ଭୁଲକ୍ରମେ ବାବାଜି ବେହେରା ହୋଇ ଯାଇଛି ବୋଲି ସଫେଇ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠେ ଯେ ଯଦି ବାବାଜି ନାୟକଙ୍କ ନାମ ଭୁଲକ୍ରମେ ବାବଜି ବେହେରା ହୋଇଗଲା ତେବେ ତାହାକୁ ସଂଶୋଧନ କରାଯାଇ କାର୍ଯ୍ୟ କରାଗଲା ନାହିଁ କାହିଁକି । ଏହି କାମ କେଉଁଠି କରାଗଲା ଓ ତାହାର ସୁଚନା ଫଳକ ଲଗାଗଲା ନାହିଁ କାହିଁକି । ତେବେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଏବେ ବାବାଜି ନାୟକଙ୍କ ନାମରେ ସତ୍ୟପାଠ କରିବା ସହିତ ଏକ ସୁଚନା ଫଳକ ଲଗାଯାଇ ସତକୁ ଲୁଚାଇବାକୁ ପୟାସ ଆରମ୍ଭ କରାଯାଇଥିବା ଜଣାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ