ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ବାଲିଯାତ୍ରା କମିଟିର ଏକ ଜରୁରୀ ବୈଠକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ । ଏଥିପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଗଣମାଧ୍ୟମକୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ଏହି ଅବସରରେ ବାଲିଯାତ୍ରା କମିଟିର ହିତାକାଂକ୍ଷୀ, ଶୁଭେଚ୍ଛୁ, ସହଯୋଗୀ ବୃନ୍ଦମାନଙ୍କ ଉପସ୍ଥିତିରେ ବାଲିଯାତ୍ରା କମିଟିର ପୂର୍ବତନ ସଭାପତି ତଥା ବରିଷ୍ଠ ସମାଜସେବୀ ଅଭୟ ବଡ଼ଜେନାଙ୍କ ୬୯ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା । ହିତାକାଂକ୍ଷୀମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଶ୍ରୀଯୁକ୍ତ ବଡ଼ଜେନାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ