ଭୁବନେଶ୍ୱରରେ ଆଉ ୧୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ଭୁବନେଶ୍ୱର ମହାନଗର ଅଞ୍ଚଳରେ ଶନିବାର ଆଉ ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନ ଓ ୧୫ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ଏକ ଘରୋଇ ହସ୍ପିଟାଲର ୩ ଜଣ ମହିଳା ଓ ୩ ଜଣ ପୁରୁଷ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ଏକ ଘରୋଇ ହସ୍ପିଟାଲର ୨ ଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା ସୁବାସନଗର ବସ୍ତିରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ ସରକାରୀ ହସ୍ପିଟାଲର ଜଣେ ୫୧ ବର୍ଷୀୟ କର୍ମଚାରୀଙ୍କୁ ମଧ୍ୟ କରୋନା ହୋଇଛି । ଲକ୍ଷ୍ମୀନଗର ବସ୍ତିର ଜଣେ ୯ ବର୍ଷର ବାଳକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ହୋମ କ୍ୱାରେଣ୍ଟାଇରୁ ଆକ୍ରାନ୍ତ ସମସ୍ତ ୪ ଜଣ ରେଲୱେ କର୍ମଚାରୀ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ