ଭୁବନେଶ୍ୱରରେ ଆଉ ୪୫ ପଜିଟିଭ
ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ୱର ଅଂଚଳର ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ନୂଆଗାଁର ୬ ଜଣ, ବେସରକାରୀ ହସପିଟାଲର ୩ ଜଣ, ଚନ୍ଦ୍ରଶେଖରପୁରର ଜଣେ, ଆଇଗିଣିଆର ୧, ସତ୍ୟନଗର ଅଂଚଳର ଜଣେ, ମଚେଂଶ୍ୱର କଳିଙ୍ଗବେକରୀ ନିକଟରେ ୩ ଜଣ, ସହିଦନଗରର ଜଣେ, ଭରତପୁରର ଜଣେ, ହଂସପାଳର ଜଣେ, ଚକେଇସିଆଣିର ୧, ଲକ୍ଷ୍ମୀସାଗରର ୧, ୟୂନିଟ-୪ ମାର୍କେଟର ଜଣେ, ଅଶୋକନଗରର ଜଣେ, ବରମୁଣ୍ଡାର ଜଣେ, ଓଲଡ଼ ଟାଉନର ଜଣେ ଓ କେନ୍ଦ୍ରୀୟ ହସପିଟାଲର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ଓ କଟକରେ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛନ୍ତି । ଫଳରେ କଟକକୁ ସଟଡାଉନ କରାଯାଇଛି । ଅପରପକ୍ଷରେ ଭୁବନେଶ୍ୱର ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି ।


