ଭୁବନେଶ୍ୱରରେ ଆରମ୍ଭ ହେଲା ନମୁନା ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ରାଜ୍ୟର କୋରୋନା ହଟ୍‌ସ୍ପଟ୍‌ ସାଜିଥିବା ରାଜଧାନୀରେ ଭୁବନେଶ୍ୱରରେ ୭ ଦିନ ମଧ୍ୟରେ ୫ ହଜାର ନମୂନା ପରୀକ୍ଷା ହେବା ନେଇ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଘୋଷଣା କରିବା ପରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଇଛି। ବ୍ୟାପକ କୋଭିଡ୍‌-୧୯ ଟେଷ୍ଟ୍‌ ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍। ଏଥିପାଇଁ ବିଏମ୍‌ସି ପକ୍ଷରୁ ୩ଟି ଜୋନ୍‌ରେ ୧୩ଟି ଟିମ୍‌ ଗଠନ କରାଯାଇଛି। ଜଣେ ଡାକ୍ତରଙ୍କ ସମେତ ୫ ଜଣଙ୍କୁ ନେଇ ଗଠିତ ହୋଇଛି ଗୋଟିଏ ଗୋଟିଏ ଟିମ୍। ଏହି ଟିମରେ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ପରିମଳ କର୍ମଚାରୀଙ୍କୁ ସାମିଲ୍ କରାଯାଇଛି। ଡାକ୍ତର ଏହି ଟିମ୍‌ ପରିଚାଳନା ଦାୟିତ୍ବରେ ରହିଥିବା ବେଳେ ଶନିବାରଠାରୁ ନମୂନା ସଂଗ୍ରହ ଆରମ୍ଭ କରିଛି। ସକାଳ ୮ଟାରୁ ଦିନ ୧୧ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ଟିମ୍‌ ବୁଲି ନମୁନା ସଂଗ୍ରହ କରିବ। ସୂଚନାଯୋଗ୍ୟ, ଆସନ୍ତା ୭ଦିନ ମଧ୍ୟରେ ୫ ହଜାର ନମୁନା ଟେଷ୍ଟ କରିବାକୁ ସରକାର ଲକ୍ଷ ରଖିଛନ୍ତି। ଭୁବନେଶ୍ୱର କୋରୋନାର ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୪୬ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୫ ହଜାର ନମୂନା ଟେଷ୍ଟ କରାଗଲେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଆଶା କରାଯାଉଛି। ଏହା ଦ୍ବାରା ସଂକ୍ରମିତ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇ ପାରିବ। ୪ଟି ବର୍ଗରେ ଲୋକଙ୍କୁ ଚୟନ କରାଯାଇ ନମୁନା ସଂଗ୍ରହ କରାଯିବ। ଏହାନୁଯାୟୀ ପରୀକ୍ଷଣ କରାଯିବ। ବିଶେଷକରି ଟ୍ରାଭେଲ ହିଷ୍ଟ୍ରୀ ଥିବା ଲୋକ, ଲକ୍ଷଣ ଥିବା ଲୋକ, ସ୍ବାସ୍ଥ୍ୟକର୍ମୀ, ପୋଲିସ୍‌, ପରିମଳ କର୍ମଚାରୀଙ୍କ ସାମ୍ପୁଲ୍‌ ଟେଷ୍ଟ ହେବ। ସେହିଭଳି ୬୦ ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ। ପରେ ସାଧାରଣଲୋକଙ୍କ ପରୀକ୍ଷା କରାଯିବ। ସାମ୍ପଲ ସଂଗ୍ରହ ବେଳେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟ ଶାସନ ସଚିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ