ଭୁବନେଶ୍ୱରରେ ଆୟୋଜିତ ଗଜଲ କାର୍ଯ୍ୟକ୍ରମରେ ସ୍ବରପ୍ରଦାନ କଲେ ରଘୁନାଥ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ରଘୁନାଥ ପାତ୍ର ଭୁବନେଶ୍ଵରର ରବୀନ୍ଦ୍ରମଣ୍ଡପ ଠାରେ ହୋଇଥିବା ଚିତାକର୍ଷକ ଗଜଲ କାର୍ଯ୍ୟକ୍ରମରେ ସ୍ବର ସଂଯୋଜନା କରିଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମ ଗତ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେତକ ଗଜଲର ସ୍ଵର ସଂଯୋଜନା କରିଥିଲେ ପଣ୍ଡିତ ରଘୁନାଥ ପାତ୍ର. କାର୍ଯ୍ୟକ୍ରମରେ ହିନ୍ଦୀ ଗଜଲ ଗାୟକମାନଙ୍କର କେତେ ଗୁଡିଏ ଲୋକପ୍ରିୟ ଗଜଲକୁ କଣ୍ଠଶିଳ୍ପୀ ଡ. ଚନ୍ଦନ ଗନ୍ତାୟତ ଓ ଶିଳ୍ପୀ ବୈଷ୍ଣବୀ ଘୋଷ ଦୁଇଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଅରବିନ୍ଦ ବେହେରା ଉଦ୍ଘାଟନ କରିଥିବା ବେଳେ ପ୍ରତିରକ୍ଷା ବିଭାଗର ବ୍ରିଗେଡିୟର ସୁଧାଂଶୁ ମୋହନ ପାଣିଗ୍ରାହୀ କଳାକାରଙ୍କ ପରିଚୟ ପ୍ରଦାନ କରିଥିଲେ |