ଭୁବନେଶ୍ୱରରେ କୃଷକ ଶ୍ରମିକମାନଙ୍କର ମିଳିତ ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଐତିହାସିକ କୃଷକ ଆନ୍ଦୋଳନ ଏବଂ ଶ୍ରମିକ ଧର୍ମଘଟର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରରେ କୃଷକ-ଶ୍ରମିକମାନଙ୍କର ମିିଳିତ ଶୋଭାଯାତ୍ରା ଏବଂ ସଭା ସଂଗଠିତ ହୋଇଯାଇଛି । ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଏକ ମିଳିତ ପଟୁଆର ବାହାରି ଲୋୟର ପିଏମ୍‌ଜି ଛକଠାରେ ପହଂଚି ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ଏବଂ କୃଷକନେତା ସୁରେଶ ପାଣିଗ୍ରାହୀଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭାକୁ ପରିଚାଳନା କରିଥିଲେ ।
ଏହି ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କ୍ଷରୋଦ କୁମାର ସିଂଦେଓ, ଜମେଶ୍ୱର ସାମନ୍ତରାୟ, ରଘୁନାଥ ଦାସ, ବଂଶୀଧର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପାଢୀ, ନରେନ୍ଦ୍ର ମହାନ୍ତି, ବାସୁଦେବ ଦାସ, ସୁଦର୍ଶନ ପ୍ରଧାନ ଏବଂ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ତରଫରୁ ରାମଚନ୍ଦ୍ର ପଣ୍ଡା, ରମେଶ ଜେନା, ଜୟସେନ ମେହେର, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ପରିଲତା ମହାପାତ୍ର, ସତ୍ୟବ୍ରତ ନାୟକ, ମହିଳା ନେତ୍ରୀ ଛବି ମହାନ୍ତି ଏବଂ ମିନତୀ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାରର କୃଷକ-ଶ୍ରମିକ ବିରୋଧୀ ନୀତିଗୁଡ଼ିକୁ ତୀବ୍ର ସମାଲୋଚନା କରିଥିଲେ । କୃଷକ ଏବଂ ଶ୍ରମିକମାନଙ୍କର ସମସ୍ତ ନ୍ୟାୟପୂର୍ଣ୍ଣ ଦାବୀଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରାୟ, ଜଗନ୍ନାଥ ମିଶ୍ର, ଅଭିରାମ ବେହେରା, ପ୍ରଦୀପ୍ତ ନାୟକ, ସୁର ଜେନା, ରାଧାକାନ୍ତ ସେଠି, ତାପସୀ ପ୍ରହରାଜ, ଯତୀନ ମହାନ୍ତି, ବିଶ୍ୱପ୍ରିୟ କାନୁନଗୋ, ନିରଞ୍ଜନ ମହାନ୍ତି, ରଜେନ୍ଦ୍ର ବର୍ମା, ପ୍ରଭାତ ପାଣିଗ୍ରାହୀ, ବସନ୍ତ ସାହୁ, ବିମଳୀ ନାୟକ, ଜଗଦୀଶ ଜେନା, ରାମଚନ୍ଦ୍ର ତ୍ରିପାଠୀ, ଚାମ୍ବୁରୁ ସୋରେନ ପ୍ରମୁଖ ବହୁ ନେତୃତ୍ୱ ଅଂଶଗ୍ରହଣ କରିଥିଲେ । ଦାବୀଗୁଡ଼ିକ ମଧ୍ୟରେ (୧) ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କୃଷକ ବିରୋଧୀ ତିନି କଳା କୃଷି ଆଇନ ରଦ୍ଦ ଘୋଷଣାକୁ ସଂସଦୀୟ ପ୍ରକ୍ରିୟାରେ ତୁରନ୍ତ କାର୍ଯ୍ୟକାରୀ କରାଯାଉ (୨) ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ ପ୍ରତ୍ୟାହାର କରାଯାଉ (୩) ଏମ୍‌.ଏସ୍‌. ସ୍ୱାମୀନାଥନ ଜାତୀୟ କୃଷକ କମିଶନର ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି) ପାଇଁ ଆଇନଗତ ବ୍ୟବସ୍ଥା କରାଯାଉ (୪) ଜନବିରୋଧୀ ବିଦ୍ୟୁତ୍ (ସଂଶୋଧନ) ବିଲ୍‌-୨୦୨୦ ପ୍ରତ୍ୟାହାର କରାଯାଉ (୫) ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ବରଖାସ୍ତ କରାଯାଉ (୬) କୃଷକ ଆନ୍ଦୋଳନରେ ସହୀଦ ହୋଇଥିବା ୭୦୦ରୁ ଉର୍ଦ୍ଧ୍ୱ କୃଷକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସହିତ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉ (୭) ମନିଟାଇଜେସନ ନାମରେ ଜାତୀୟ ସମ୍ପତ୍ତି ଏବଂ ସମ୍ପଦକୁ ବିକ୍ରି କରିବା ବନ୍ଦ କରାଯାଉ (୮) ଅଦିନିଆ ଲଗାଣ ବର୍ଷାଜନିତ ବ୍ୟାପକ ଫସଲ କ୍ଷତି ପାଇଁ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ । ସମସ୍ତ ଧାନ କିଣିବା ପାଇଁ ବ୍ୟବସ୍ଥା କରାଯାଉ (୯) ଭାଗଚାଷୀଙ୍କୁ ଚାଷୀର ଅଧିକାର ଏବଂ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରାଯାଉ । ଭାଗଚାଷୀଙ୍କ ଅଧିକାର ପାଇଁ ‘ଏକ ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ’ କରାଯାଉ (୧୦) ସମସ୍ତ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା ଏବଂ ଆଦିବାସୀଙ୍କ ଦ୍ୱାରା ସଂଗୃହିତ ସମସ୍ତ ଲଘୁବନଜାତ ଦ୍ରବ୍ୟ ପାଇଁ ଏମ୍‌.ଏସ୍‌.ପି ପ୍ରଦାନ କରାଯାଉ (୧୧) ଡ଼ିଜେଲ, ପେଟ୍ରୋଲ, ରନ୍ଧନଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ପ୍ରତ୍ୟାହାର କର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ