ଭୁବନେଶ୍ୱରରେ ପହଞ୍ଚିଲା ଦୁଇ ସହିଦଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର : ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପାର୍ଥିବ ଶରୀର ଶନିବାର ଦିନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି । ଶେଷ ଦର୍ଶନ ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି । ବରିଷ୍ଠ ପୁଲିସ ଅଧିକାୀଙ୍କ ସହ, ବିଧାୟକ ଓ ମନ୍ତ୍ରୀ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ପୁଲିସ ପକ୍ଷରୁ ଦୁଇ ସହିଦଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ଏହା ପରେ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ସ୍ବତନ୍ତ୍ର ଗାଡି ଯୋଗେ ଜନ୍ମମାଟିକୁ ନିଆଯିବ । ସହିଦ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀରକୁ ଜଗତସିଂହପୁର ନାଉଗାଁ ଓ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ କଟକ ନିଆଳି ରତନପୁରକୁ ନିଆଯିବ। ସେମାନଙ୍କ ଶେଷକୃତ୍ୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ସାମିଲ ହେବେ। ଜଗତସିଂହପୁରର ସହିଦ ପ୍ରସନ୍ନ କୁମାର ସାହୁଙ୍କ ଘରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯିବାର କାର୍ୟ୍ୟକ୍ରମ ରହିଥିବା ବେଳେ ଓ କଟକ ନିଆଳିର ସହିଦ ମନୋଜ କୁମାର ବେହେରାଙ୍କ ଘରକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯାଇ ଶେଷକୃତ୍ୟରେ ସାମିଲ ହେବେ ବୋଲି ଜଣାପଡିଛି।