ଭୁବନେଶ୍ୱରରେ ପୁଣି ୨୪ ପଜିଟିଭ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଭୁବନେଶ୍ୱରରେ ଆଉ ୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦ ଜଣ ଚିହ୍ନଟ ହୋଇଥିବାବେଳେ ୪ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ଲୋକାଲ କଣ୍ଟାକ୍ଟ କେସରେ ଗୋଟିଏ ଘରୋଇ ହସ୍ପିଟାଲର ୩ ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି । ଏହାଛଡ଼ା ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା ମଧ୍ୟ ଲୋକାଲ କଣ୍ଟାକ୍ଟରେ ସଂକ୍ରମତି ହୋଇଛନ୍ତି । ପ୍ରକାଶ ଯେ, ଶୁକ୍ରବାର ରାଜ୍ୟରେ ୫୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


