ଭୁବନେଶ୍ୱରରେ ପ୍ରଥମ ପରା ଉଡାନ ପ୍ରତିଯୋଗୀତା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ପଦ୍ମ ବିଭୂଷଣ ରଘୁନାଥ ମହାପତ୍ରଙ୍କ ସ୍ମୃତିରେ ଲିଙ୍ଗରାଜ ପିଜନ କ୍ଲବ ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ ବିଦେଶୀ ପରା ଉଡାନ ପ୍ରତିଯୋଗୀତା ପୁରୁଣା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ଉଚ୍ଚତମ ଉହାଣ ଓ ନୀଚ୍ଚତମ ଉଡାଣ ଦୁଇଟି ଶ୍ରେଣୀରେ ପ୍ରତିଯୋଗୀମାନେ ତାଙ୍କ ପାରା ଉଡାଇଥିଲେ । ସ୍ୱର୍ଗତ ରଘୁନାଥ ମହାପାତ୍ର ସ୍ମାରକୀ ଟ୍ରଫି ଶ୍ରେଷ୍ଟ ଉହାଣକୁ ସ୍ୱର୍ଗତ ମହାପାତ୍ରଙ୍କ ନାତୀ ଅମିତେଶ ମହାପାତ୍ର ପ୍ରଦାନ କରିଥିଲେ । ଉଚ୍ଚତମ ଉଡାଣ ବର୍ଗରେ ଶ୍ରେଷ୍ଟ ପାରା ଉଡାଣ ପାଇଁ ଶୁଭକାନ୍ତ ମହାରଣା ଓ ହିତେନ ମହାରଣା ପ୍ରଥମ ହୋଇଥିବା ବେଳେ ରାମଚନ୍ଦ୍ର ଦୋରା ଦ୍ୱିତୀୟ, ମହେଶ୍ୱର ପାଇକରାୟ ତୃତୀୟ ହୋଇଥିଲେ । ନିମ୍ନତମ ବର୍ଗରେ ଉମାକାନ୍ଥ ଦାସ ବିଜୟୀ ହୋଇଥିଲେ । ଏଥିରେ କେନ୍ଦ୍ରପଡ଼ା ପିଜି କ୍ଲବ, ପୁରୀ ପିଜି କ୍ଲବ, ଲକ୍ଷ୍ମୀ ନୃସିଂହ ପିଜି କ୍ଲବ, ସାଲେପୁର ପିଜି କ୍ଲବ, ବାରବାଟୀ ପିଜି କ୍ଲବ ପକ୍ଷରୁ ଅତିଥି ଭାବେ ସାମିଲ ଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ କୃଷ୍ଣ ଚରଣ ସିଂ, ନାରାୟଣ ଜେନା, ଶ୍ରୀନିବାସ ଗଜେନ୍ଦ୍ର, ଅଶୋକ ଶତପଥି ସମସ୍ତଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ବିଚାରକ ଭାବେ ଅମୀତ ଶତପଥି, ବିଶ୍ୱଜିତ ମହାନ୍ତି, ବିକ୍ରମ ବେହେରାଙ୍କୁ ସମ୍ମାନୀତ କରାଯାଇଥିଲା ।