ଭୁବନେଶ୍ୱରରେ ବାଲେଶ୍ୱର ମହୋତ୍ସବ ଓ ବନ୍ଧୁମିଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ୱର ରେଜିଡେଣ୍ଟସ୍ ଆସୋସିଏସନ, ଭୁବନେଶ୍ୱର ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ବାଲେଶ୍ୱର ମହୋତ୍ସବ ଓ ବନ୍ଧୁମିଳନ’ ମଙ୍ଗଳବାର ଜୟଦେବ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଏକ ଐତିହାସିକ ସ୍ଥାନ । ତା ୧୫.୦୮.୨୦୧୮ ରିଖ ୬୮ତମ ଭାରତ ସ୍ୱାଧୀନତାର ପୂର୍ତ୍ତି ଉତ୍ସବରେ ଭୁବନେଶ୍ୱରରେ ବସବାସ କରୁଥିବା ବାଲେଶ୍ୱରବାସୀ ଯଥା ଚନ୍ଦନେଶ୍ୱର ଠାରୁ ଆରମ୍ଭ କରି ସିମୁଳିଆ ବାଲିଖଣ୍ଡ ଅଞ୍ଚଳର ସମଗ୍ର ଭୂଖଣ୍ଡରେ ଥିବା ବ୍ୟକ୍ତିବିଶେଷ ଏକତ୍ରିତ ହୋଇ ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶପଥ ନେଇଥିଲେ । ବ୍ରିଟିଶ ଶାସନ କାଳରେ ଲୁଣମରା ସ୍ଥାନ ଇଞ୍ଚୁଡ଼ି, ଶହୀଦ ମାଟି ଇରାମ, ପୌରାଣିକ ଧାର୍ମିକ ପୀଠ, ମାଧବେନ୍ଦ୍ରପୁରୀଙ୍କ ପାଇଁ କ୍ଷୀରଚୋରା ଗୋପୀନାଥ, ଆଧୁନିକ ଭାରତର କ୍ଷେପଣାସ୍ତ୍ର ସ୍ଥାନ ଚାନ୍ଦିପୁର, ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ରଷ୍ଟା ଫୀକର ମୋହନ, ରାଧାନାଥ, ସୋର କେଦାରପୁର ଜଳେଶ୍ୱରରେ ଦୀନକୃଷ୍ଣ ଅନ୍ୟତମ । ଧାନ, ପାନ, ମୀନ, ପରିପୂର୍ଣ୍ଣ, ପ୍ରକୃତି ସୌନ୍ଦର୍ଯ୍ୟଭରା ନଦ, ନଦୀ, କାନନ, କାନ୍ତାର, ଶସ୍ୟ ଶ୍ୟାମଳାଭରା ସୁବର୍ଣ୍ଣପୁର, ବୁଢାବଳଙ୍ଗ ଶଯ୍ୟାରେ ଚିର ପ୍ରତିଷ୍ଠିତ ଶୈବପୀଠ, ବାବା ପଞ୍ଚଲିଙ୍ଗେଶ୍ୱର, ବାବା ଚନ୍ଦନେଶ୍ୱର, ବାବା ଲଙ୍ଗଳେଶ୍ୱର ତଥା ଏସିଆ ମହାଦେଶର ସର୍ବବୃହତ୍ ଶିବଲିଙ୍ଗ ବାବା ଭୁଷଣ୍ଡେଶ୍ୱରଙ୍କର ଅମ୍ଲାନ ସୃଷ୍ଟି ପଦ୍ମଶ୍ରୀ ମନୋଜ ଦାଶ, ମନ୍ମଥନାଥ ଦାଶ ସୁବିଦିତ ଥିବାବେଳେ ସାମୁଦ୍ରିକ ବେଳାଭୂମି, ଚାନ୍ଦିପୁର, ତଳସରି ଓ ଚଉମୁଖ, ଧାମରା ବନ୍ଦର ତଥା ବ୍ରିଟିଶ ସମୟର କଲିକତାକୁ ଜଳପଥ କୋଷ୍ଟ କେନାଲ ଅନ୍ୟତମ ।ସେହି ମାଟିର ଗୌରବ ଓ ସୌରଭକୁ ସ୍ମରଣ କରି ନିଜକୁ ‘ବାଲେଶ୍ୱର ବନ୍ଧୁ’ ବୋଲି ସମ୍ବୋଧନ କରି ରାଜଧାନୀ ମାଟିରେ ନିଜର ଭାଇଚାରା ପ୍ରତିଷ୍ଠା କରି ଶାନ୍ତି, ମୈତ୍ରୀ, ପ୍ରଗତିକୁ ଲକ୍ଷ୍ୟ ରଖି ଏକତା ପାଶରେ ଆମ୍ଭେ ସମସ୍ତେ ଏକ ବୋଲି ସମ୍ବୋଧନ କରିଛନ୍ତି ବାଲେଶ୍ୱର ରେଜିଡେଣ୍ଟସ୍ ଆସୋସିଏସନ, ଭୁବନେଶ୍ୱରର ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ତଥା ଇଷ୍ଟର୍ଣ୍ଣ ମିଡ଼ିଆ ଓ ସମ୍ବାଦର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦାନ କରିଥିଲେ । ଏଥିରେ ସଭାପତି ବିଶ୍ୱନାଥ ମହାନ୍ତି ସଭାପତିତ୍ୱ କରି ସଭା ପରିଚାଳନା କରିଥିବା ବେଳେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଶ୍ରୀ ମନୋଜ ପାତ୍ର । ମୁଖ୍ୟ ସହଯୋଗୀ ଭାବେ କଳ୍ପନା ବିଶ୍ୱାଳ, ଡ. ଅଙ୍କିତା ସେନାପତି, ରେବତୀ ସ, ରାଜମଣି ମହାନ୍ତି ଓ ମନୋଜ କୁମାର ପାତ୍ର ପ୍ରମୁଖ ଭୂମିକା ନେଇଥିଲେ । ପରିଶେଷରେ ଉପସଭାପତି ଶ୍ରୀ ତରୁଣ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଷଲ ଏବଂ ପର୍ଶୁରାମ ବିଶ୍ୱାଳ, ସଂଗଠନ ସମ୍ପାଦକ, ସାଂସ୍କୃତିକ କାର୍ଯ୍ୟ ତଦାରଖ କରି ବନ୍ଧୁମିଳନ କାର୍ଯ୍ୟ ବୁଝିଥିଲେ ।
ବାଲେଶ୍ୱର ଜିଲ୍ଲାର ବହୁ ବରେଣ୍ୟ ବ୍ୟକ୍ତି, ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥବାରୁ ସଭାପତି ବିଶ୍ୱନାଥ ମହାନ୍ତି ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ସଭାପରେ ଛବିରାଣୀ ସ୍ୱାଇଁ ଓ ତାଙ୍କ ଅନୁଷ୍ଠାନ ଦି ମଦର ଇଣ୍ଟିଗ୍ରାଲ ଏଜୁକେଶନ ସ୍କୁଲ୍‌, ଓଲଡ଼ ଟାଉନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ବନ୍ଧୁମିଳନରେ ଅବଢା, ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀ, ସମାଜସେବୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ