ଭୁବନେଶ୍ୱରରେ ‘ମୋ ଦଳ’ର ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ନୂଆକରି ଗତିଶୀଳ ହେଉଥିବା ରାଜନୈତିକ ଦଳ ‘ମୋ ଦଳ’ର ରାଜ୍ୟ କାର୍ଯ୍ୟାଳୟ ଶୁକ୍ରବାର ଭୁବନେଶ୍ୱର ୟୁନିଟ୍‌-୯ସ୍ଥିତ ପ୍ଲଟ ନଂ-୩୦୭/୫୬୪ରେ ଉଦ୍‌ଘାଟିତ ହୋଇଯାଇଛି । ଦଳର ସଭାପତି ନିତ୍ୟସୁନ୍ଦର ଦାସ ଓ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଶହ ଶହ କର୍ମର୍ୀଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ପରେ କର୍ମୀମାନଙ୍କ ସହ ଏକ ବୈଠକକୁ ସମ୍ବୋଧିତ କରି ଖୁବ୍ ଶୀଘ୍ର ‘ମୋ ଦଳ’ କିଭଳି ବିଜେଡ଼ି ବିରୁଦ୍ଧରେ ଏକ ବିଶ୍ୱସନୀୟ ଦଳ ହୋଇପାରିବ, ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ସଭାପତି ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ବିଶିଷ୍ଟ କୃଷକ ନେତା ତଥା ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର କହିଲେ ଯେ, ଏଣିକି ବିଜେଡ଼ି ବିରୁଦ୍ଧରେ ପ୍ରତିଦିନ ବିକଳ୍ପ ନେଇ ରାଜ୍ୟବାସୀଙ୍କ ଆଗରେ ଚିତ୍ର ରଖାଯିବ । ଓଡ଼ିଶାର ଅପାର ସମ୍ପଦର କିଭଳି ଦୁରୂପଯୋଗ କରାଯାଇ ଓଡ଼ିଆଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରୋଜଗାର ଓ ଉଦ୍ୟୋଗ କ୍ଷେତ୍ରରେ ନବୀନ ପଟ୍ଟନାୟକ ରାଜ୍ୟକୁ ରସାତଳଗାମୀ କରିଛନ୍ତି, ତାହାର ପ୍ରଚାର କରାଯିବ । ସେହିଭଳି ନବୀନ ହଟିଲେ ଶାସନ ସ୍ୱରୂପ କିଭଳି ହେବ ଓ ଅମଲାତନ୍ତ୍ର ଠାରୁ ନେତାମାନେ ଲୋକଙ୍କ ସେବା ପାଇଁ କିଭଳି ସତତ କ୍ରିୟାଶୀଳ ହେବେ, ସେ ନେଇ ଭୋଟରଙ୍କ ଆଗରେ ସ୍ପଷ୍ଟ ଚିତ୍ର ରଖାଯିବ । ଦଳର ମହାସଚିବ ପ୍ରଦୀପ ପ୍ରଧାନ, ସାଧାରଣ ସମ୍ପାଦକ ଓ ମୁଖପାତ୍ର ଶେଷଦେବ ନନ୍ଦ କହିଲେ ଯେ, ତୃଣମୂଳସ୍ତରରେ ବିଜେଡ଼ିର ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ନେଇ ଲୋକଙ୍କ ପାଖରେ ପହଞ୍ôଚବାରେ କଂଗ୍ରେସ ଓ ବିଜେପି ବିଫଳ ହୋଇଛନ୍ତି । ଏକ ଦାୟିତ୍ୱବାନ ଓ କ୍ରିୟାଶୀଳ ଦଳ ଭାବେ ‘ମୋ ଦଳ’ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ସଂଗ୍ରାମ କରିବ ।ଦଳର ସାଧାରଣ ସମ୍ପାଦକ ସୋମନାଥ ରାଉତ, ଉମାକାନ୍ତ ଭାରତ, ଅଶୋକ ମହାନ୍ତି, ଉପସଭାପତି ବସନ୍ତ ସାହୁ ପ୍ରମୁଖ କର୍ମକର୍ତ୍ତାଙ୍କୁ ଆହ୍ୱାନ କରି କହିଲେ ଯେ, ଦଳକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ ଲୋଡ଼ା । ବିଜୁ ଜନତା ଦଳ କୁଶାସନର ସମାପ୍ତିି ପାଇଁ ସମସ୍ତଙ୍କୁ ଅଣ୍ଟା ଭିଡ଼ିବାକୁ ପଡ଼ିବ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ନିମାଁଇ ରାୟ, ବରିଷ୍ଠ ଉପସଭାପତି ଡଃ କୁଳମଣି, ଯୁବଛାତ୍ର ସଭାପତି ମନୱର ଅଲ୍ଲୀ, ରାଜ୍ୟ ସମ୍ପାଦକ ଦେବୀପ୍ରସାଦ ମହାରଣା, ବିରାଜ ରାଉତ, ସୁରେଶ ଚନ୍ଦ୍ର ମାନସିଂହ, ବିଚିତ୍ର ପଣ୍ଡା, ପ୍ରସନ୍ନ ପ୍ରଧାନ, ଅଭିମନ୍ୟୁ ଗୁମାନସିଂ, ନିରଞ୍ଜନ ପ୍ରଧାନ, ଦିଲ୍ଲୀପ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ