ଭୁବନେଶ୍ୱରରେ ଶ୍ରୀମଦ୍ ଭାଗବତ କଥା ମହୋତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ମା’ ବରଦେଇ ମନ୍ଦିର ପ୍ରାଙ୍ଗଣରେ ତା ୨୦.୦୨.୨୦୨୩ରିଖ ସୋମବାର ଠାରୁ ତା ୨୬.୦୨.୨୦୨୩ରିଖ ରବିବାର ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଶ୍ରୀମଦ୍ ଭାଗବତ କଥା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଅମୃତମୟ ଶ୍ରୀମଦ୍ ଭାଗବତ କଥା ମହୋତ୍ସବରେ ଧାରାବାହିକ ପ୍ରବକ୍ତା ରୂପରେ ସଦ୍ଗୁୁରୁ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ କୃପାପାତ୍ର ଶିଷ୍ୟ ତଥା ଭାଗବତ ପ୍ରଚାରକ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଯୋଗଦାନ କରି ଶ୍ରୀମଦ୍ ଭଗବାନଙ୍କର ଗୁଣକୀର୍ତ୍ତିନ କରିବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି । ଉଦ୍ଘାଟନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. କୁମରବର ଦାସ, ଉଦ୍ଘାଟକ ପୂଜ୍ୟ ବ୍ରହ୍ମାନନ୍ଦ ସରସ୍ୱତୀ (ନିଗମ କଳ୍ପତରୁ ଆଶ୍ରମ) ଏବଂ ଉଦ୍ଯାପନୀ ସନ୍ଧ୍ୟାରେ ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି । ପ୍ରତିଦିନ ସନ୍ଧ୍ୟାରେ ସାଧୁସନ୍ଥ ମାନଙ୍କ ସମାବେଶ ହେବା ସହିତ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି । ଏ ସମସ୍ତ କାର୍ଯ୍ୟକ୍ରମକୁ ସଂସ୍ଥାନର ଦିବାକର ଜେନା, ବାବୁଲି ବଳବନ୍ତରାୟ, ପ୍ରଦୀପ କୁମାର ରାଉତରାୟ, ମନୋଜ କୁମାର ବେହେରା, ବାବା କାଳିଆ, ନଟବର ସାମନ୍ତରାୟ, ସମରେନ୍ଦ୍ର ଜେନା, ଭାସ୍କର ଦଳବେହେରା, ବଂଶୀଧର ଜଗଦେବ, ଯୁଧିଷ୍ଠିର ଛୋଟରାୟ, ଚିନ୍ମୟ ଦାସ ପ୍ରମୁଖ ପରିଚାଳନା କରିବେ । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେବା ପାଇଁ ସଂସ୍ଥାନ ତରଫରୁ ଅନୁରୋଧ କରାଯାଇଛି ।