ଭୁବନେଶ୍ୱରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୧୨ ସେପ୍ଟେମ୍ବର ୨୦୨୪: ଭାରତରରେ ସୁରକ୍ଷିତ ସଡ଼କର ପ୍ରସାର କରିବାର ମିସନକୁ ଜାରି ରଖି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ପ୍ରଭାବଶାଳୀ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରାଯାଉଛି । ନିକଟରେ ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏଚଏମଏସଆଇ ପକ୍ଷରୁ ଆପିଜେ ସ୍କୁଲ, ରୟାଲ ପବ୍ଲିକ ସ୍କୁଲ ଓ ସେଂଟ ଆର୍ନଲ୍‌ଡ ସ୍କୁଲରେ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଷ୍ଟାଫ ସଦସ୍ୟମାନଙ୍କୁ ସଡ଼କ ସୁରକ୍ଷାର ଗୁରୁତ୍ୱ ଉପରେ ସଚେତନ କରାଯାଇଛି ।ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ହୃଦବୋଧ କରି ଏଚଏମଏସଆଇ ପକ୍ଷରୁ ପିଲା ଓ ଯୁବବର୍ଗଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଅଭ୍ୟାସ ସୃଷ୍ଟି କରାଯାଉଛି । ଭାବ ବିନିମୟ ଓ ଆଲୋଚନା କାର୍ଯ୍ୟକ୍ରମ ଜରିଆରେ କମ୍ପାନି ସଡ଼କ ଦୁର୍ଘଟଣା ମାମଲାରେ ଉଲ୍ଲେଖନୀୟ ହ୍ରାସ କରିବା ଏବଂ ଦାୟିତ୍ୱବାନ ସଡ଼କ ବ୍ୟବହାରକୁ ଦୃଢ଼ କରିବା ଲାଗି ଲକ୍ଷ୍ୟ ରଖିଛି । ଅଧିକ ଲୋକଙ୍କ ପାଖରେ ପହଂଚିବା ଲାଗି ଉଭୟ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟମିତ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ଅଂଶଗ୍ରହଣକାରୀମାନଙ୍କୁ ସଡ଼କ ସୁରକ୍ଷାକୁ ଭଲ ଭାବେ ବୁଝାଇବା ଲାଗି ଭୁବନେଶ୍ୱରରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା । ସୁରକ୍ଷିତ ଗାଡ଼ି ଚାଳନା ଉପରେ ଥିଓରି ଅଧିବେଶନ, ବିପଦର ପୂର୍ବାନୁମାନ କରିବା ତାଲିମ, ସଡ଼କ ସୁରକ୍ଷା କୁଇଜ୍‌, ହେଲମେଟ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତ୍ୟକ୍ଷ ରାଇଡିଂ ଟ୍ରେନର ଅଧିବେଶନ ଆୟୋଜନ କରାଯାଇଥିଲା । ସଡ଼କ ସୁରକ୍ଷା ଶିକ୍ଷାକୁ ସୂଚନାଧର୍ମୀ ଓ ଭାବ ବିନିମୟ ଭିତିକ କରିବା ଲାଗି ପ୍ରତିଟି କାର୍ଯ୍ୟକଳାପକୁ ସ୍ୱତନ୍ତ୍ର ଭାବେ ପ୍ର୍‌ତୁତ କରାଯାଇଥିଲା ଯାହା ଦୀର୍ଘସ୍ଥାୟୀ ପ୍ରଭାବକୁ ସୁନିଶ୍ଚିତ କରିଥିଲା ।ଏହି ଅଭିଯାନର ସଫଳତା ପାଇଁ ସମର୍ଥନ ପ୍ରଦାନ କରିଥିବା ଆପିଜେ ସ୍କୁଲ, ରୟାଲ ପବ୍ଲିକ୍ ସ୍କୁଲ ଓ ସେଂଟ ଆର୍ନଲ୍‌ଡ ସ୍କୁଲ୍‌କୁ ଏଚଏମଏସଆଇ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ସହଯୋଗିତା ସୁରକ୍ଷିତ ସଡ଼କ ସୃଷ୍ଟି ଓ ଦୁର୍ଘଟଣା ହ୍ରାସ ପାଇଁ ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି ।ଓଡ଼ିଶାରେ ଶୁଭାରମ୍ଭ ହେବା ପରଠାରୁ ଏଚଏମଏସଆଇ ପକ୍ଷୁ ପ୍ରାୟ ୩ ଲକ୍ଷ ପ୍ରାପ୍ତବୟସ୍କ ଓ ପିଲାମାନଙ୍କୁ ସଚେତନ କରାଯାଇଥିବା ବେଳେ ଦାୟିତ୍ୱବାନ ସଡ଼କ ବ୍ୟବହାର ଓ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ