ଭୁବନେଶ୍ୱରରେ ୭ ପଜିଟିଭ
ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ଏହାରି ଭିତରେ ଶୁକ୍ରବାର ଭୁବନେଶ୍ୱର ସହରରେ ପୁଣି ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନ ଓ ୩ ଜଣ ଲୋକାଲ କେସ ବୋଲି ଜଣାଯାଇଛି । ହୋମ କ୍ୱାରେଣ୍ଟାଇନ ଆକ୍ରାନ୍ତ ସମସ୍ତ ୪ ଜଣ ରେଲୱେ କର୍ମଚାରୀ । ଲୋକାଲ କେସ ମଧ୍ୟରୁ ୨ ଜଣ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର । ସେମାନଙ୍କୁ ମଧ୍ୟରେ ଜଣେ ୪୪ ବର୍ଷର ମହିଳା ଓ ଅନ୍ୟ ଜଣେ ୧୦ ବର୍ଷର ନାବାଳକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ୩୧ ବର୍ଷୀୟ ମହିଳା ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାଯାଇଛି ।