ଭୁବନେଶ୍ୱରର ତିନି ମନ୍ଦିରରେ ‘ଭୋଗ’

ଭୁବନେଶ୍ୱର : ଭୁବନେଶ୍ୱରରୁ ଆରମ୍ଭ ହୋଇଛି ଭୋଗ (ବ୍ଲିସଫୁଲ ହାଇଜେନିକ ଅଫରିଙ୍ଗ ଟୁ ଗଡ଼) କାର୍ଯ୍ୟକ୍ରମ । ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରର ୩ଟି ମନ୍ଦିରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ତିନୋଟି ମନ୍ଦିର ହେଉଛି ବରମୁଣ୍ଡା କାଳୀ ମନ୍ଦିର, ଟଙ୍କପାଣି ସାଇ ମନ୍ଦିର ଓ ବାଣୀବିହାର ଶନିମନ୍ଦିର । ଏହି ମନ୍ଦିରରେ ମିଳୁଥିବା ପ୍ରସାଦ (ଭୋଗ) ପରିଷ୍କାର, ପରିଚ୍ଛନ୍ନ ଓ ଗୁଣାତ୍ମକ ମାନର ବୋଲି ରାଜ୍ୟ ଫୁଡ ସେଫଟି କମିଶନଙ୍କ ପକ୍ଷରୁ ସାର୍ଟିଫିକେଟ ଦିଆଯାଇଛି । ଆଗାମୀ ଦିନରେ ଭୁବନେଶ୍ୱରର ଅନ୍ୟ ମନ୍ଦିରରେ ଉପଲବ୍ଧ ପ୍ରସାଦର ମାନ ଆଧାରରେ ଫୁଡ ସେଫ୍ଟି କମିଶନଙ୍କ ପକ୍ଷରୁ ସାର୍ଟିଫିକେଟ ଦିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ମହାନଗର ନିଗମରେ ମଧ୍ୟ ଭୋଗ ଯୋଜନା କାର୍ଯ୍ୟକାରୀ କରାଯିବ । ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (ଏଫଏସଏସଆଇ) ର ଏହା ଏକ କାର୍ଯ୍ୟକ୍ରମ । ଶନିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ସାମଗ୍ରୀ ନିରାପତ୍ତା ସମ୍ପର୍କିତ ବୈଠକରୁ ଏହି ତଥ୍ୟ ଜଣାପଡ଼ିଛି । ସୂଚନା ଯୋଗ୍ୟ, ବିଭିନ୍ନ ସମୟରେ ପ୍ରସାଦ ଖାଇ ଭକ୍ତ ଅସୁସ୍ଥ ହେବା ଅଭିଯୋଗ ଆସୁଛି । ତେଣୁ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ପ୍ରସାଦର ମାନ ଯେପରି ଗୁଣାତ୍ମକ ରହିବ, ସେ ଦିଗରେ ଏଣିକି ପଦକ୍ଷେପ ନିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ