ଭୁବନେଶ୍ୱରର ୨ ବାର୍ ସିଲ୍
ଭୁବନେଶ୍ୱର, (ୱାଇଏନ୍ଏସ୍): ସପ୍ତାହାନ୍ତ ସଟ୍ ଡାଉନ୍ ରେ ବାର୍ ଖୋଲିବା ଅଭିଯୋଗରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳର ଥିବା ୨ଟି ବାର୍ ପେଂଟାଗନ୍ ଓ ନଶା କୁ ସିଲ୍ କରିଛି ବିଡିଏ । ସଟ୍ ଡାଉନରେ ପେଂଟାଗନ୍ ବାରରେ ଜୁଆ ଆଡ୍ଡା ଚାଲିଥିବାରୁ ସିଲ୍ କରାଯାଇଛି । ସେହିପରି ନସା ବାରରେ ମଦ କାରବାର ଚାଲୁଥିବା ଅଭିଯୋଗରେ ସିଲ୍ କରାଯାଇଛି । ସପ୍ତାହାନ୍ତ ସଟଡାଉନ୍ ରେ ବାରରେ ଜୁଆ ଖେଳ ବେଳେ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସେଠାରୁ ୩ ଯୁବତୀ ଓ ୧୩ ଜଣ ଯୁବକ ଉଦ୍ଧାର ହୋଇଥିଲେ । ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଛି । ସେହିପରି ଜୁଆ ଆଡ୍ଡା ଜମାଇଥିବା ଯୁବକ ଯୁବତୀଙ୍କୁ ଧରି ପୁଲିସ ଥାନାକୁ ନେଇଥିଲା । ସେମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରିଛି ପୁଲିସ ।