ଭୁବନେଶ୍ୱର ଆସୁଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ।
ଯାଜପୁର (ଯୁଗାବ୍ଦ ନ୍ୟୁଜ) ଭୁବନେଶ୍ୱର ଆସୁଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଏହି ଗସ୍ତ କାଳରେ ମୁଖ୍ୟତଃ ଦେଶର ବିରୋଧୀ ଦଳ ଗୁଡିକ ଯେଉଁଭଳି ଭାବେ ସିଏଏ କୁ ବିରୋଧ କରି ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି ତାର ସେ ଜବାବ ଦେବେ । ପ୍ରମୁଖ ବିରୋଧୀ ଦଳ ଗୁଡିକ କେନ୍ଦ୍ରସରକାରଙ୍କ ଲୋକପ୍ରିୟତାରେ ଇଶ୍ୱର୍ାନିତ ହୋଇ ଏଭଳି କାଣ୍ଡ କରୁଛନ୍ତି ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ସାଧାରଣ ସମାବେଶରେ ଯୋଗ ଦେବା ସହିତ ବିଭିନ୍ନ ବୁଦ୍ଧିଜିବିଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି ବୋଲି ବିଜେପି ସଂପାଦିକା ଡଃ ଲେଖାଶ୍ରୀ ସାମନ୍ତ ସିଂହାର ଯାଜପୁର କୋରେଇ ଦଳୀୟ କାର୍ୟ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଯାଜପୁର ବିଜେପି ସଭାପତି ଗୌତମ ରାୟ ଯୋଗ ଦେଇ ଅମିତ ଶାହ ସମାବେଶରେ ଯାଜପୁର ଜିଲାର ୩୧୪ଟି ପଂଚାୟତ ଓ ଦୁଇଟି ପୌରପାଳିକାରୁ ୨୦ ହଜାରରୁ ଉର୍ଦ୍ଧ ବିଜେପି କର୍ମୀ ଓ ବୁଦ୍ଧିଜିିବି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ବୋଲି ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ସମେତ ଅନ୍ୟ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଥିଲେ ।