ଭୁବନେଶ୍ୱର ଓ କଟକକୁ ଯାତ୍ରୀବାହୀ ବସ ଚଳାଚଳ ଆରମ୍ଭ

ନିମାପଡା (ସନ୍ତୋଷ ଦାଶ ) ଦୀର୍ଘ ଅଢେଇ ମାସ ପରେ ପୁରୀ ଜିଲ୍ଲା ର କାକଟପୁର, ନିମାପଡା, ଅସ୍ତରଙ୍ଗ, ଗୋପ, କୋଣାର୍କ ଅଂଚଳ ରୁ ଭୁବନେଶ୍ୱର ଓ କଟକ କୁ ଆଜି ଠାରୁ ଯାତ୍ରୀବାହି ବସ ଚଳାଚଳ ଆରମ୍ଭ କରିଛି l ଫଳରେ ବସ ଡ୍ରାଇଭର, କଣ୍ଡକ୍ଟର, ହେଲପର, ଓ ଯାତ୍ରୀ ମାନଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି l କୋଭିଡ କଟକଣା ପାଇଁ ସମଗ୍ର ରାଜ୍ୟ ରେ ବସ ଚଳାଚଳ ବନ୍ଦ ରହିଥିଲା l ଫଳରେ ବସ ଚଳାଚଳ ଉପରେ ନିର୍ଭରଶୀଳ ବ୍ୟକ୍ତି ଓ ସାଧାରଣ ଯାତ୍ରୀ ମାନେ ଘୋର ଅସୁବିଧା ର ସମ୍ମୁଖୀନ ହୋଇ ଆସୁଥିଲେ l ରଥଯାତ୍ରା ପାଇଁ ପୁରୀ ସହର କୁ ବସ ଚଳାଚଳ ବନ୍ଦ ରହିଛି l ତେବେ ଜିଲ୍ଲା ର ଗ୍ରାମାଞ୍ଚଳ ରେ ବସ ଚଳାଚଳ ଆରମ୍ଭ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ