ଭୁବନେଶ୍ୱର ଠାରେ ନୂତନ ଚାରଣ ଶାଖା ଗଠନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଣ୍ଡିଆନ୍ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ଏବଂ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡ଼ିଶା ସରକାରଙ୍କ ସହାୟତାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଜୟଦେବ ବିହାରଠାରେ ଭାରତୀୟ କଳାଶ୍ରୀ ସମ୍ମାନ-୨୦୨ ଅବସରରେ ଶ୍ରୀଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଯାଇଛି । ଗୁରୁ ଶ୍ରୀ ମନମୋହନ ଶର୍ମାଙ୍କ ତତ୍ୱାବାନରେ ଓଡ଼ିଶୀ ବାଦ୍ୟ, ସଂଗୀତ ଓ ନୃତ୍ୟ ଉପରେ ଯେଉଁ ମାନେ ପାରଦର୍ଶିତା ହାସଲ କରିଛନ୍ତି ସେମାନଙ୍କୁ ସମ୍ମାନିତ କରି ଓଡ଼ିଶାର ଗର୍ବ ଓ ଗୌରବ ସଂଗେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଦିବ୍ୟ ଉପସ୍ଥିତିରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ତରଫରୁ ଶ୍ରୀଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉପସ୍ଥିତ ନୃତ୍ୟଶିଳ୍ପୀ ଓ ଅଭିଭାବକମାନଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଶ୍ନୋତରୀ ମାଧ୍ୟମରେ ମହାପ୍ରଭୁଙ୍କ ପତିତପାବନ ବାନା ଓ ଶ୍ରୀକ୍ଷେତ୍ର ପ୍ରଶ୍ନୋତରୀ ପୁସ୍ତକ ପ୍ରଦାନ କରାଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ ପ୍ରକାଶିତ ଏକ ପୁସ୍ତକ ଆମ ପ୍ରଣାମ ମଧ୍ୟ ଉନ୍ମୋଚନ ହୋଇଥିଲା । ମହାପ୍ରଭୁଙ୍କ ଦିବ୍ୟ କଥାମୃତରେ ଚାରଣ ଶୁଭେନ୍ଦୁ ସ୍ୱାଇଁ ମହାପ୍ରଭୁଙ୍କ ଦିବ୍ୟଲୀଳ ଓ ଓଡ଼ିଆ ଜାତିର ଅସ୍ମିତା ମହାପ୍ରଭୁ ଓ ଓଡ଼ିଆ ଭାଷାର ମହାନୀୟତା ଉପରେ ପ୍ରବଚନ ରଖିଥିଲେ । ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଧାନସଭା ସଚିବ ଦାଶରଥି ଶତପଥୀ, ଆଇଏଏସ୍ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବାସ୍ତବ ଟିଭିର ମୁଖ୍ୟ ଶ୍ରୀମନ୍ତ ପଣ୍ଡା ଯୋଗଦେଇ ଥିଲେ । ମଂଚରେ ବାରଙ୍ଗ ଶାନ୍ତି କମିଟିର ଅଧ୍ୟକ୍ଷ ପ୍ରତାପ ପାଣି, ଡା. ଋବିନ୍ଦ୍ର ଜେନା, ମନମୋହନ ଶର୍ମା ଆଦି ଉପସ୍ଥିତ ରହିଥିଲେ । ଲିଙ୍ଗରାଜ ପତି ସଭାକାର୍ଯ୍ୟ ସଂଚାଳନ କରିଥିଲେ । ଏହି ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚେତନା ପ୍ରଚାର କରି ସୁସ୍ଥ ସମାଜ ଗଠନ ନିମନ୍ତେ ଭୁବନେଶ୍ୱରରେ ଏକ ନୂତନ ଚାରଣ ଶାଖା ନିର୍ମାଣ କରାଯାଇ ଗୁରୁ ଶ୍ରୀ ମନମୋହନ ଶର୍ମାଙ୍କୁ ଦଳପତି ଭାବେ ଘୋଷଣା କରାଯାଇ ନୀଳଚକ୍ର ନେତା, ନିର୍ମାଲ୍ୟ ଓ ଶ୍ରୀମଦଭାଗବତକୁ ଘରେ ଘରେ ପହଚିଂବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଉକ୍ତ କାର୍ଯ୍ରକ୍ରମକୁ ପ୍ରକାଶ ପାଣି, ସଦାନନ୍ଦ ସେଠୀ, ଦେବାଶିଷ ସାହୁ, ଗଣେଶ୍ୱର ବେହେରା, ଲିପିକା ନାଥ, ଭାସ୍କର ପ୍ରଧାନ, ରାଜଲକ୍ଷ୍ମୀ ଜେନା, ବିଷ୍ଣୁ ଚରଣ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ