ଭୁବନେଶ୍ୱର ଠାରେ ଭୋଟର ଆଇଡି ଯାଞ୍ଚ କାଯ୍ୟକ୍ରମ କୁ ଉଦଘାଟନ କଲେ ମୁଖ୍ୟ ନିର୍ବାଚନ ଅଧୀକାରୀ
ଛତ୍ରପୁର : ଆଜି ଭୋଟର ଆଇଡି ଯାଞ୍ଚ ପ୍ରକ୍ରିୟା କାଯ୍ୟକ୍ରମ କୁ ଭୁବନେଶ୍ୱର ଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଶୁଭରାମ୍ଭ କରିଥିଲେ । ଏହା ସହ ୟୁନିଟ ବାଳକ ଉଚ୍ଚ ବିଦ୍ୟାଳୟ ରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ର ବୁଥ୍ ନଂ ୧୧୩ ରେ ନିଜର ଆଧାର କାର୍ଡ ଆଣି ନିଜ ଭୋଟର ସମ୍ୱନ୍ଧୀୟ ତଥ୍ୟ ଯାଞ୍ଚ କରିଥିଲେ କ୍ଷ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜ଼ିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଜଏଣ୍ଟ ସିଇଓ ଶତୃଘନ କର, ଭୁବନେଶ୍ୱର ଉପଜ଼ିଲ୍ଲାପାଳ ଦେବବ୍ରତ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରି ମାନେ ଉପସ୍ଥିତ ଥିଲେ । ସେହିପରି ଭୁବନେଶ୍ୱର ଉପଜ଼ିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରେ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହା ସହ ଭୋଟର ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ଏହା ସେପ୍ଟେମ୍ବର ୧ଠାରୁ ଅକ୍ଟୋବର ୧୫ ପଯ୍ୟନ୍ତ ଚାଲିବ ।