ଭୁବନେଶ୍ୱର ବାଲିଯାତ୍ରାକୁ ସରକାର ହାତକୁ ନିଅନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କଟକ ବାଲିଯାତ୍ରା ସରକାରୀସ୍ତରର କାର୍ଯ୍ୟକ୍ରମ । କଟକ ଜିଲ୍ଲାପାଳ, କଟକ ମୁନିସିପାଲିଟିର କମିଶନର, କଟକ ମେୟର, କଟକ ସଦର ତହସିଲ ଅଫିସ୍ ପ୍ଲଟ ଯୋଗାଇ ଦେବା ସହିତ ରାଜସ୍ୱ ଆଦାୟର ଦାୟିତ୍ୱ ନେବା ସଙ୍ଗେ ସଙ୍ଗେ କଟକ ମୁନିିସିପାଲିଟିର ରାସ୍ତା, ଲାଇଟ, ପାଣି ପରିସ୍କାର ପରିଚ୍ଛନ୍ନତା ପାଇଁ ଷ୍ଟଲ ଆଦାୟ ଟଙ୍କାର ଭାଗ ଭାଗ ହୋଇଥାଏ । ଭୁବନେଶ୍ୱର ବାଲିଯାତ୍ରା ଘରୋଇକରଣ ୧୭ରେ ଆରମ୍ଭ । ସଂସ୍କୃତି ବିଭାଗ ଗତ ଦୁଇବର୍ଷ ୧୮/୧୯ରେ ଯେଉଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ତାହା ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ମହାନତା ପାଇଁ ଆର୍ଥିକ ସାହାଯ୍ୟ ଦୁଇବର୍ଷ ହେଲା ମିଳୁଛି । ପଟିଆବନ୍ଧ କୁଆଖାଇ ନଦୀପଠାରେ ବରିମୁଣ୍ଡ ପଞ୍ଚାୟତର ଜରିପାଟଣା ଗ୍ରାମ ପାଶ୍ୱର୍ରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ତାହା ମଞ୍ଚେଶ୍ୱର ମୌଜାର । ଏହି ବାଲିଯାତ୍ରା ପାଇଁ ଅନୁଷ୍ଠିତ ହେଉଥିବା ଜାଗାର ଚତୁଃପାଶ୍ୱର୍ରେ ଥିବା ଗ୍ରାମର ବଦାନ୍ୟ ବ୍ୟକ୍ତି, ନିଃସ୍ୱାର୍ଥପର ସଂସ୍କୃତିପ୍ରେମୀମାନଙ୍କ ଆର୍ଥିକ ସାହାଯ୍ୟରେ ସମାପନ ହେଉଥିବା ବେଳେ, ଏହି ବର୍ଷ ସରକାର ମାନ୍ୟତା ମିଳିବା ପାଇଁ ମଞ୍ଚେଶ୍ୱର କର୍ପୋରେଟର ଅନୁପ ଖୁଣ୍ଟିଆ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆର ପ୍ରବେଶଦ୍ୱାର (୩୪ ଫୁଟ ଓସାର ଓ ୧୮ ଫୁଟ ଉଚ୍ଚତା)ର ଶୁଭ ପକାଇ ପ୍ରକାଶ କରିଥିଲେ ଯେ, ସରକାର ତଥା ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ମେୟର, ମୁନିସିପାଲିଟି କମିଶନର ଏବଂ ଟୁଇନସିଟିର ପୋଲିସ୍ କମିଶନର, ତହସିଲଦାର, ବିଭାଗୀୟ ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ଭୁବନେଶ୍ୱର ବାଲିଯାତ୍ରା ଘରୋଇକରଣ ଯୋଗୁ କିଛି ବ୍ୟକ୍ତିମାନଙ୍କ ମନରେ ଗର୍ବ ଗାରିମା ପରିପ୍ରକାଶ ପାଇବାକୁ ଯାଉଛି । ପ୍ରବେଶ ଦ୍ୱାର ନିର୍ମାଣ ଦାୟିତ୍ୱ ସ୍ୱେଚ୍ଛାକୃତ ଭାବେ ପ୍ରଥମ ସଭାପତି ଅଭୟ ବଡ଼ଜେନା ନେଇଥିବା ବେଳେ ସରକାର ଏହାକୁ ସରକାରୀସ୍ତରରେ କରନ୍ତୁ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିମୁଣ୍ଡ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପବିତ୍ର ମୋହନ ସ୍ୱାଇଁ, ବଜ୍ରବନ୍ଧୁ ସ୍ୱାଇଁ, ବରିମୁଣ୍ଡ ଗ୍ରାମର ମୁରବୀ ସୁରେନ୍ଦ୍ର ପତି, ପରମାନନ୍ଦ ସ୍ୱାଇଁ, ଦୀପକ ତ୍ରିପାଠୀ, ବସନ୍ତ କୁମା ରଥ ଓ ବହୁ ବିଶ୍‌ିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ୧୧ଜଣ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ପ୍ରବେଶ ଦ୍ୱାରର ଶୁଭ ପଡ଼ିଥିଲା । ଯଦି କୌଣସି କୁଚକ୍ରୀ ବ୍ୟକ୍ତିମାନେ ବାଲିଯାତ୍ରା ପ୍ରବେଶ ଦ୍ୱାର ନିର୍ମାଣ ନିମନ୍ତେ, ସରକାରଙ୍କ ବିଭିନ୍ନ ସଂସ୍ଥାଠାରୁ ଆର୍ଥିକ ସାହାଯ୍ୟ, ବେସରକାରୀ ସଂସ୍ଥାଠାରୁ ଆର୍ଥିକ ସାହାଯ୍ୟ ପାଇଁ ଯାଆନ୍ତି, ତେବେ ସେମାନଙ୍କୁ ଯଥାଶୀଘ୍ର ପୋଲିସ୍‌ରେ ଦେଇ ଏହି ମୋବାଇଲ ନମ୍ବର ୯୮୬୧୨୪୨୬୧୫ରେ ଜଣାଇବାକୁ ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ