ଭୁବନେଶ୍ୱର ମଧ୍ୟରେ ଥିବା ୯୫୦ ଓମ୍ଫେଡ଼ ବୁଥର ସ୍ଥାୟୀ ସମାଧାନ ଦାବିରେ ମହାସମାବେଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ମଧ୍ୟରେ ଥିବା ୯୫୦ ଓମ୍ଫେଡ଼ ବୁଥ ଗୁଡ଼ିକର ସ୍ଥାୟୀ ସମାଧାନ କରି କାଗଜପତ୍ର ପ୍ରଦାନ ଦାବିରେ ଓମ୍ଫେଡ଼ ରିଟେଲର ମହାସଂଘ ତରଫରୁ ଶୁକ୍ରବାର ଦିନ ଭୁବନେଶ୍ୱରେ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ଅଶୋକ କୁମାର ନାୟକ କହିଛନ୍ତି ଯେ, ଭୁବନେଶ୍ୱରରେ ଥିବା ୫୮୨ ଓମ୍ଫେଡ଼ ବୁଥ୍କୁ ସର୍ଭେ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୭୩ଜଣ ଓମ୍ଫେଡ଼ ବୁଥୁକୁ କାଗଜପତ୍ର ପ୍ରଦାନ କରାଯାଇଛି । ବାକିଥିବା ୩୦୯ ଓମ୍ଫେଡ଼ ବୁଥ୍ର ସ୍ଥାୟୀ ସମାଧାନ କରାଯାଉ ଏବଂ ୩୬୮ ଓମ୍ଫେଡ଼ ବୁଥ୍କୁ ସର୍ଭେ କରାଯାଇ ସ୍ଥାୟୀ ସମାଧାନ କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଛି । ମହସଂଘ ତରଫରୁ ଏଗାରତାଲା ନିକଟରୁ ଶହ ଶହ ସଂଖ୍ୟାରେ ଓମ୍ଫେଡ଼ ରିଟେଲରମାନେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ରେଡ଼କ୍ରସ ଭବନ ନିକଟରେ ପହଞ୍ôଚଥିଲେ । ସେଠାରେ ଏକ ମହସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ସାଧାରଣ ସମ୍ପାଦକ ହେମନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ପ୍ରତାପ କୁମାର ସାହୁ, ଉପଦେଷ୍ଟା ଅନନ୍ତ ଚରଣ ଧଳ, ସହ ସମ୍ପାଦକ ତ୍ରିନାଥ ସାହୁ, ଲକ୍ଷ୍ମଣ ପାତ୍ର, କାଶିନାଥ ମହାପାତ୍ର, ଭଗବାନ ବେହେରା, ସଦସ୍ୟ ତୁଷାରକାନ୍ତ ଦାସ ପ୍ରମୁଖ ଯୋଗଦେଇ ଭୁବନେଶ୍ୱର ମଧ୍ୟରେ ଥିବା ୯୫୦ ଓମ୍ଫେଡ଼ ବୁଥର ସ୍ଥାୟୀ ସମାଧାନ କରି କାଗଜପତ୍ର ପ୍ରଦାନ କରିବାକୁ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ରେଡ଼କ୍ରସ ଭବନଠାରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବିଜୁ ଜନତା ଦଳକୁ ସପରିବାର ଭୋଟ ଦେଇ ବିପୁଳ ସଂଖ୍ୟାରେ ବିଜୟୀ କରାଇବା ପାଇଁ ଓମ୍ଫେଡ଼ ରିଟେଲର ମହାସଂଘ ତରଫରୁ ନିଆଯାଇଥିଲା ।