ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜୋରଦାର ପ୍ର•ର

ଭୁବନେଶ୍ୱର : ସନ୍ଧ୍ୟା ୭.୩୦ ମିନିଟ୍ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ  ରୋଡ଼ ଶୋ କରି ନିର୍ବାଚନ ପ୍ର•ର କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ସିଆରପି ଛପରେ ପହଞ୍ôଚବା ପରେ ସେଠାରେ ତାଙ୍କୁ ମଧ୍ୟମ ଭୁବନେଶ୍ୱର ପାଇଁ ବିଜେଡ଼ିର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମଧ୍ୟର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଓ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବଜେଡ଼ି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଏବଂ କର୍ପୋରେଟର ସ୍ୱାଗତ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ  ଉପସ୍ଥିତ ସମର୍ଥକଙ୍କ ଗହଣରେ ରୋଡ଼ ଶୋରେ ଡ଼ିଏଭି ସ୍କୁଲ୍ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ ଛକ, ରେଡ଼କ୍ରସ ଛକ, ସାଇନ୍ସ ପାର୍କ ଛକ ଓ ଶେଷରେ ଆ•ର୍ଯ୍ୟ ବିହାର ଛକମାନଙ୍କରେ ସମର୍ଥକମାନଙ୍କ ଦ୍ୱାରା ସ୍ୱାଗତ କରାଯାଇ ମଧ୍ୟମ ନିର୍ବାଚନ ମଣ୍ଡଳୀରେ ପ୍ର•ର ଅଭିଯାନ ଶେଷ କରି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଆଡ଼କୁ ମୁହାଁଇଥିଲେ । ରାସ୍ତାର ଦୁଇପାଶ୍ୱର୍ରେ ଉପସ୍ଥ୍ିତ ଥିବା ସମର୍ଥକମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରୀତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ହାସ୍ୟରୁ ଜଣାପଡ଼ୁଥିଲା । କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ସେ ମଧ୍ୟ ବାରମ୍ବାର ଦୁଇହାତ ଉପରକୁ ଉଠାଇ ଅଭିବାଦନ କରି ବିଜେଡ଼ିକୁ ଭୋଟ ଦେବା ପାଇଁ ନିବେଦନ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ