ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ : ମନୋନୟନ ପ୍ରକ୍ରିୟାର ତୃତୀୟ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-2022 ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି 16 ଜଣ ପ୍ରାର୍ଥୀ ମନୋନୟନ ପତ୍ରଦାଖଲ କରିଛନ୍ତି । ଗତକାଲି 4 ଜଣ ପ୍ରାର୍ଥୀ ବିଭିନ୍ନ ଓ୍ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ 20 ଜଣ ପ୍ରାର୍ଥୀ କର୍ପୋରେଟର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ମେୟର ପଦବୀ ପାଇଁ 7ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ସୁଦ୍ଧା ଏଥିପାଇଁ ମୋଟ 15ଟି ଫର୍ମ ବିକ୍ରି ହୋଇଛି । ମେୟର ପଦବୀ ପାଇଁ ଅଦ୍ୟାବଧି ମନୋନୟନ ପତ୍ର ଦାଖଲ ହୋଇ ନାହିଁ । ଗତକାଲି ସୁଦ୍ଧା ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ 371ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ଆଉ 210 ଟି ଫର୍ମ ପ୍ରାର୍ଥୀମାନେ ନେଇଛନ୍ତି । ଆଜି ସୁଦ୍ଧା ସର୍ବୋମୋଟ 581 ଟି ଫର୍ମ କର୍ପୋରେଟର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ଫର୍ମ ନେଇଛନ୍ତି । ମନୋନୟନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧିକ କାଉଣ୍ଟର ଖୋଲାଯାଇଥିଲା । ମନୋନୟନ ପତ୍ରଗୁଡିକ ପ୍ରାରମ୍ଭିକ ଯାଂଚ ପରେ ପ୍ରାର୍ଥୀମାନେ ନିର୍ଦ୍ଧାରିତ କାଉଁଟରରେ ସେମାନଙ୍କର ପ୍ରାର୍ଥୀପତ୍ର ସଂପୃକ୍ତ ସହକାରୀ ନିର୍ବାଚନ ଅଧିକାରୀଙ୍କଠାରେ ଦାଖଲ କରିଥିଲେ । ଟ୍ରାଫିକ୍ ଓ ଜନ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଆଜି ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ସମ୍ମୁଖ ରାସ୍ତାରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ