ଭୁବନେଶ୍ୱର ‘ମୋ ବସ୍’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍’
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):‘ମୋ ବସ୍’ ଏକ ଅହଂକାର ଶବ୍ଦ କହିଲେମନ୍ତ୍ରୀକୃଷ୍ଣଚନ୍ଦ୍ରମହାପାତ୍ରମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ୍ ହେବ’
ଦୁର୍ଘଟଣା ରୋକିବାକୁ ବସ୍ର ଆଗରେ ଓ ପଛରେ କ୍ୟାମେରା ଲାଗିବଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍ରେ ଆଡସ୍ ମଧ୍ୟ ଲାଗିବଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍ ବାଜିବ ସୂଚନା ଯୋଗ୍ୟ ଯେ ମଙ୍ଗଳବାର ପଟିଆ ରଘୁନାଥପୁର ଛକ ନନ୍ଦନକାନନ ଥାନା ସାମ୍ନାରେ ଜଣେ ୧୨ବର୍ଷର ଛାତ୍ରୀ ଉପରକୁ ମୋ ବସ୍ ମାଡ଼ିଯିବା ଘଟଣା ପରେ ମୋ ବସ୍ ବିରୋଧରେ ବଢୁଥିବା ଜନ୍ ଆକ୍ରୋଶ ଓ ଲୋକଙ୍କ କ୍ଷୋଭକୁ ଦୃଷ୍ଟିରେ ରଖି ଏବେ ଏଭଳି କିଛି ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି ମୋ ବସ୍ କର୍ତ୍ତୃପକ୍ଷ । ଏନେଇ ସମସ୍ତ ମୋ ବସରେ ଦୁର୍ଘଟଣା ରୋକିବା ପାଇଁ ଏକ ଚିପର ବ୍ୟବହାର କରିବା ପାଇଁ ଯୋଜନା ଚାଲିଛି । ଯେଉଁଠି ଦୁର୍ଘଟଣା ଭଳି ପରିସ୍ଥିତି ଉପୁଜିଲେ ତାହା ପ୍ରତିହତ ହୋଇଯିବ । ଅର୍ଥାତ୍ ସହରରେ ଘଟୁଥିବା ଛୋଟ ବଡ ଦୁର୍ଘଟଣାକୁ ଏଡାଯାଇପାରିବ । ଏଥିପାଇ ସମସ୍ତ ମୋ ବସରେ ଏକ ଚିପ ଲଗାଇବାକୁ ଯୋଜନା ହୋଇଛି ।