ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ତାରିଖ ୨୨-୦୩-୨୦୨୨/ମଙ୍ଗଳବାର
୧-ଓଡ଼ିଶାରେ ବଢିଚାଲିଛି ଟାଟା ପାୱାରର ଦୌରାତ୍ମ୍ୟ । ବିଦ୍ୟୁତ ବିଲ୍ ନାଁରେ ଉପଭୋକ୍ତାଙ୍କୁ ଲୁଟି ଚାଲିଛି । ଏଭଳି ଏକ ଅଭିଯୋଗ ଆସିଛି ଭୁବନେଶ୍ୱର ଖାରବେଳ ନଗରରୁ, ଯେତେବେଳେ ଉପଭୋକ୍ତାଙ୍କ ନିକଟକୁ ଆସିଛି ପାଖାପାଖି ୪ଲକ୍ଷ ଟଙ୍କାର ବିଲ । ଏନେଇ ଅଭିଯୋଗ ପରେ ଟାଟା ପାୱ୍ୱାର କର୍ତ୍ତୃପକ୍ଷ, ମିଟର ସ୍ଲୋ ହୋଇଯାଇଥିବାରୁ ପିଛଲା ଭାବେ ଏଭଳି ବିଲ ଦିଆଯାଇଥିବା ସଫେଇ ଦେଇଛନ୍ତି ।
୨-କୃଷି ଆଇନକୁ ନେଇ ବଡ଼ ଖବର; ରଦ୍ଦ କରାଯାଇଥିବା ଆଇନ୍ରେ ଖୁସିଥିଲେ ୮୬% କୃଷକ ସଂଗଠନ, ସୁପ୍ରିମକୋର୍ଟ କମିଟି ରିପୋର୍ଟ ।
୩-ମଝି ଆକାଶରେ ବଡ ଦୁର୍ଘଟଣା । ୧୩୨ ଜଣ ଯାତ୍ରୀଙ୍କୁ ନେଇ ଚୀନର କୁନମିଙ୍ଗରୁ ଗୁଆଙ୍ଗଝୁକୁ ଯାଉଥିବା ଇଷ୍ଟର୍ଣ୍ଣ ଏୟାର ଲାଇନ୍ସର ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ପାହାଡରେ ପିଟି ହୋଇଯିବା ପରେ ଖସିପଡିଛି । ଚୀନ୍ ରାଷ୍ଟ୍ରପତି ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳକୁ ଯାଇଥିବା ବେଳେ କେହି ଜୀବିତ ନଥିବା ସନ୍ଦେହ କରାଯାଉଛି ।
୪-ଅନୁଗୁଳରୁ ସମ୍ବଲପୁର ଆସୁଥିବା ‘ଗରୁଡ଼’ ବସ ଦୁର୍ଘଟଣାଗ୍ରସ୍ତ, ୨୦ରୁ ୩୦ ଯାତ୍ରୀ ଆହତ ସୂଚନା ।
୫-ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଆଉ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
୬-ଉତ୍ତରାଖଣ୍ଡ ପରେ ଗୋଆରେ ବି ରିପିଟ୍, ପ୍ରମୋଦ ସାଓ୍ଵନ୍ତ ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ
୭-କୋଟିଆ ମାମଲାରେ ଆନ୍ଧ୍ରର ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ: ପଞ୍ଚାୟତ ନିର୍ବାଚନ ଅସିଦ୍ଧ ଘୋଷଣା କରିବାକୁ ହୋଇଥିଲା ଅପିଲ ।
୮-CIIରେ RBI ଗଭର୍ଣ୍ଣରଙ୍କ ବଡ଼ ବୟାନ, କହିଲେ- ଭଲ ସ୍ଥିତିରେ ଅଛି ଦେଶର ଅର୍ଥବ୍ୟବସ୍ଥା
୯-ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ପୁରସ୍କାର ଗ୍ରହଣ କଲେ ଦୁଇ ଝିଅ କ୍ରିତିକା, ତାରିଣୀ ।
୧୦-ନିର୍ବାଚନ ହାରି ବି ପାଇଲେ ମୁଖ୍ୟମନ୍ତ୍ରୀ ପଦ – ପୁଷ୍କର ସିଂ ଧାମି ଦ୍ୱିତୀୟଥର ପାଇଁ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ।
୧୧-ମହିଳା କ୍ରିକେଟ୍ ବିଶ୍ୱକପ: ଭାରତ ପାଇଁ ‘କର ବା ମର’ ପରିସ୍ଥିତି, ଆଜି ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ।
୧୨-IPL 2022: ଆଇପିଏଲର ୧୫ମ ସିଜିନରେ ୨୫ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ମିଳିପାରେ ଏଣ୍ଟ୍ରି ।
୧୩-ପୁଣି କାଶ୍ମୀରରେ ଆତଙ୍କୀରାଜ: ଶ୍ରମିକଙ୍କ ସହ ସ୍ଥାନୀୟ ନାଗରିକଙ୍କୁ ଘର ପାଖରେ ଗୁଳି କରି ହତ୍ୟା ।
୧୪-ବଲିଉଡ୍ର ଦବଙ୍ଗ ଖାନ୍ ସଲମାନଙ୍କୁ ବଡ଼ ଆଶ୍ୱସ୍ତି: କୃଷ୍ଣସାର ମୃଗ ଶିକାର ମାମଲାର ସ୍ଥାନାନ୍ତର ଆବେଦନକୁ ମିଳିଲା ମଞ୍ଜୁର ।
୧୫-ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ, ଖୋଲିଛି ସ୍କୁଲ। ଏହାରି ମଧ୍ୟରେ ପୁଣି ଥରେ ପିଲା ମାନଙ୍କୁ ଦିଆଯିବ ଗରମ ଖାଦ୍ୟ ।ଏପ୍ରିଲ୍ରେ ପୁଣି ଆରମ୍ଭ ହେବ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ । ପିଲାମାନଙ୍କ ପାଇଁ ପୁଣିଥରେ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି ।
୧୬-ବିହାରରେ ପୁଣି ମଦ ମୃତ୍ୟୁର ବିଭୀଷିକା: ବିଷାକ୍ତ ମଦ ପିଇ ୩୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ।
୧୭-୧୨୫ ବର୍ଷରେ ମିଳିଲା ପଦ୍ମଶ୍ରୀ: ନିଆରା ଅନ୍ଦାଜରେ ହୃଦୟ ଜିତିନେଲେ ଯୋଗଗୁରୁ ସ୍ୱାମୀ ଶିବାନନ୍ଦ, .
ଶୁଭ ସକାଳ,ସୁପ୍ରଭାତ