ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :- ତାରିଖ ୨୯-୦୩-୨୦୨୨/ମଙ୍ଗଳବାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :- ତାରିଖ ୨୯-୦୩-୨୦୨୨/ମଙ୍ଗଳବାର

I IPL 2022: ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ଗୁଜରାଟ ଟାଇଟନ୍ସ, ୫ ଓ୍ଵିକେଟ୍‌ରେ ହାରିଲା ଲକ୍ଷ୍ନୌ ସୁପର ଜାୟଣ୍ଟସ ।

II ଆସନ୍ତା ୩୧ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ସଂସଦରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା । ଗତ ଗୁରୁବାର ପ୍ରସ୍ତାବ ଆସଥିଲେ ମଧ୍ୟ ବାଚସ୍ପତି କୌଣସି କାରଣରୁୁ ଗୃହକାର୍ଯ୍ୟକୁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ମୁଲତବି ଘୋଷଣା କରିଛନ୍ତି । ଯାହା ଫଳରେ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇ ପାରିନାହିଁ । ଗତ ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୁଦ୍ଧରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

III ବହୁ ଚର୍ଚ୍ଚତ ଫଟୋଗ୍ରାଫର ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନା ଗିରଫ, ତିହିଡ଼ି ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଚାନ୍ଦବାଲି କୋର୍ଟରେ ହାଜର କଲା ପୁଲିସ ।

IV କଶ୍ମୀର ପଣ୍ଡିତଙ୍କୁ ଫିଲ୍ମର ନୁହେଁ, ଥଇଥାନର ଆବଶ୍ୟକତା ରହିଛି: କେଜ୍ରିୱାଲ ।

V ସପ୍ତମ ବେତନ କମିଶନର ଶେଷ ୨୦ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି ।

VI ମୁଁ ଏବେ ଚୟନ ହୋଇଥିବା ମୁଖ୍ୟମନ୍ତ୍ରୀ ନୁହେଁ, ନିର୍ବାଚିତ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ସାଓ୍ଵନ୍ତଙ୍କ ଜବାବ ।

VII ନକଲି ଡାକ୍ତର ଧରାପଡ଼ିବା ମାମଲା: ରିମାଣ୍ଡରେ ଆସିବେ ରମେଶ ଓ ବିଶ୍ବରଂଜନ ।

VIII ବୀରଭୂମ୍‌ ହିଂସା : ପଶ୍ଚିମବଙ୍ଗ ବିଧାନସଭାରେ ତୁମୁଳ କାଣ୍ଡ, ୫ ବିଜେପି ବିଧାୟକ ନିଲମ୍ବିତ ।

IX ଦିଲ୍ଲୀ ହାଇକୋର୍ଟ ସୋମବାର ଟୁଇଟର ବିରୋଧରେ କଡା ଟିପ୍ପଣୀ କରିଛନ୍ତି। କୋର୍ଟ ମାଇକ୍ରୋବ୍ଲୋକିଙ୍ଗ୍ ସାଇଟ୍‌କୁ ପ୍ରଶ୍ନ କରିଛନ୍ତି ଯେ, ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ୍ ହୋଇ ପାରୁଛି ତେବେ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇ ପାରୁ ନାହିଁ ? ।

X ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୨ ବର୍ଷ ପାଇଁ ଦ୍ୱିତୀୟ ଦଫାରେ ମୋଟ ୬୪ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ସିଭିଲ ଇନ୍‌ଭେଷ୍ଟିଚ୍ୟୁୟର ଉତ୍ସବରେ ୨ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି ।

XI ତଥ୍ୟ ଆଧାରିତ ଗବେଷଣା ଦ୍ୱାରା ହିଁ ଭାରତୀୟ ଇତିହାସର ପୁନଃ ମୂଲ୍ୟାଙ୍କନ କରିବାକୁ ହେବ -ମହାମହିମ ଉପରାଷ୍ଟ୍ରପତି ।

XII ଭୁବନେଶ୍ୱରକୁ କଳା ଓ କଳାପ୍ରେମୀମାନଙ୍କୁ ଆକୃଷ୍ଟ କରିବାରେ ତୋଷାଳି ମେଳା ସଫଳ ହୋଇଛି : ମୁଖ୍ୟମନ୍ତ୍ରୀ ।

XIII କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା । କିଛି ରାଜ୍ୟରେ ପଡିଲା ବନ୍ଦର ପ୍ରଭାବ ।

XIV ଫୋନ୍ କଲେ ଏବେ ଆଉ ଶୁଭିବନି କରୋନା କଲର ଟ୍ୟୁନ୍ । ଜରୁରୀ ଫୋନ୍ କଲ୍ ବେଳେ କୋଭିଡ୍ କଲର ଟ୍ୟୁନକୁ ନେଇ ଆଉ ବିରକ୍ତି ହେବେନି ବ୍ୟବହାରକାରୀ । କାରଣ ବନ୍ଦ ହେବାକୁ ଯାଉଛି କୋଭିଡ୍ ୧୯ କଲର ଟ୍ୟୁନ୍ ।

XV ‘ପରୀକ୍ଷା ପେ ଚର୍ଚ୍ଚା’ରେ ବିଦ୍ୟାର୍ଥୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ, ଏପ୍ରିଲ ୧ରେ ଦିଲ୍ଲୀରେ କାର୍ଯ୍ୟକ୍ରମ ।

XVI ପାଟଣାଗଡରେ ଫୁଟିଲା ଗୁଳି । ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ଉପରକୁ ଗୁଳିମାଡ, ମେଡିକାଲରେ ମୃତ୍ୟୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ