ଭୁବନେଶ୍ୱର ରୁ ବିବାହ ମଣ୍ଡପ ରେ ଲୁଟ ଘଟଣା ରେ ପୁରୀ ଗିରଫ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଭୁବନେଶ୍ୱର ରୁ ଏକ ବିବାହ ମଣ୍ଡପ ରୁ ଲୁଟ ଘଟଣା ରେ ପୁରୀ ଗିରଫ ହୋଇଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାୟୀ, ରିତେଶ ଏବଂ ତା’ର ଅନ୍ୟ ସାଙ୍ଗ ସୋମବାର ରାତିରେ ପୁରୀର ଅନ୍ୟ ଏକ ବିବାହ ମଣ୍ଡପରୁ ଚୋରି କରିବାକୁ ଚେଷ୍ଟା କରୁଥିଲେ। ରିତେଶ ହାତରେ ଏକ ସୁଟକେସ୍ ଧରିଥିବା ବେଳେ ଏହି ସମୟରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ ସନ୍ଦେହ କରି ପଚରାଉଚରା କରିଥିଲେ। ଫଳରେ ରିତେଶ ଦୌଡ଼ିବାକୁ ଚେଷ୍ଟା କରିଥିଲା ବେଳେ ଅନ୍ୟ ସୁରକ୍ଷା କର୍ମୀ ତାଙ୍କୁ ଧରି ପକାଇଥିଲେ।ଏନେଇ ସେମାନେ ବଳିଆପଣ୍ଡା ପୋଲିସକୁ ଖବର ଦେଇଥିଲେ। ଯାହାପରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଅନ୍ୟ ସାଙ୍ଗ ଜଣକ ଫେରାର ହୋଇଯାଇଥିଲା।ଉକ୍ତ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର କାଡିଆ ଗ୍ରାମର ରିତେଶ ସିସୋଦିଆ (୨୦) ବୋଲି ଜଣାପଡିଛି।