ଭୁବନେଶ୍ୱର ରେ ପୋଲିସ ଉପରେ ଦାଦାଗିରି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗତ କାଲି ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଛକ ନିକଟରେ ଥିବା ଫଳଗୋଦାମ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଚମ୍ବିତ ହୋଇଯାଇଥିଲେ। ଘଟଣା ରୁ ଜଣାପଡିଛି ଯେ, କ୍ରମାଗତ ଭାବେ ନିଜକୁ ଜଣେ ଆଇନଜୀବୀ କହୁଥିବା ଜୈନକ ଯୁବକ ବିଶୃଙ୍ଖଳା ସୃଷ୍ଟି କରୁଥିବା ସୂଚନା ପାଇ କ୍ୟାପିଟାଲ ଥାନାର PCR ଭ୍ୟାନ ସେଠାରେ ପହଁଛି ସମ୍ପୃକ୍ତ ଯୁବକଙ୍କୁ କୌଣସି ବିଶୃଙ୍ଖଳା ନକରି ଚାଲିଯିବାକୁ କହିଥିଲେ।ମାତ୍ର ତଥାକଥିତ ଯୁବକ ଜଣକ ଏଥିରେ ଅଧିକ ଉତ୍ୟକ୍ତ ହୋଇ ପୋଲିସ କର୍ମଚାରୀ ମାନକୁ ଓଲଟା ଦୁର୍ବ୍ୟବହାର କରିବା ସହ ଡିଜି, ଡିସିପି,ହୋମ ସେକ୍ରେଟାରୀଙ୍କ ନାମ ନେଇ ଧମକାଇ ବାକୁ ଉଦ୍ୟମ କରିଥିଲେ ।ଏହି ଘଟଣା ସେଠାରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥଲା।ପୋଲିସ କୁ ଏଭଳି ଦୁର୍ବ୍ୟବହାର କୁ କେହି ସହଜ ରେ ଗ୍ରହଣ କରିପାରି ନଥିଲେ।ଏଠାରେ ଏହିଭଳି କାର୍ଯ୍ୟ କଳାପ ଯୋଗୁ କ୍ୟାପିଟାଲ ଥାନା ପୋଲିସ ଦୁଇଥର ଯବକଙ୍କୁ ଥାନା ରୁ ଚେତାବନୀ ଦେଇ ଛାଡିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ