ଭୁଲସ୍ଥାନରେ ରହିଛି ଏହି ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ, ଡାକ୍ତର ବି ଚିନ୍ତାରେ

କୁହାଯାଏ, ଭଗବାନ ମଣିଷଙ୍କୁ ଏପରି ଗଢ଼ିଥା’ନ୍ତି କି ଯେଉଁ ଅଙ୍ଗ ଯେଉଁଠି ରହିବା କଥା ରଖିଥା’ନ୍ତି । ଯେମିତିକି ମୁହଁ, ଆଖି, ନାକ, କାନ, ପେଟ ଯଥାସ୍ଥାନରେ ରହିଥାଏ । କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି କୌଣସି ବ୍ୟକ୍ତିଙ୍କର ଯେଉଁ ଅଙ୍ଗ ଯେଉଁଠି ରହିବା କଥା ସେଠି ନ ରହି ଭୁଲ୍ ସ୍ଥାନରେ ରହିଛି ବୋଲି । ଯଦି ନା, ତେବେ ଆଜି ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭୁଲ୍ ସ୍ଥାନରେ ରହିଛି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତରପ୍ରଦେଶର କୁଶୀନଗରରେ ରହୁଥିବା ଜମାଲୁଦ୍ଦିନ୍ । ସେ ସାଧାରଣ ମଣିଷ ପରି । କିନ୍ତୁ ତାଙ୍କର କିଛି ଅଙ୍ଗପ୍ରତ୍ୟଙ୍ଗ ଭୁଲ୍ ସ୍ଥାନରେ ରହିଛି । ତାଙ୍କର ହାର୍ଟ(ହୃଦୟ) ଡାହାଣ ପଟରେ ଥିବାବେଳେ ଲିଭର(ଯକୃତ) ଏବଂ ଗ୍୍ଲାଡର(ପୀତକୋଷ) ବାମପଟରେ ରହିଛିୟ ଏହି କଥା ସମସ୍ତଙ୍କୁ ଚକିତ କରିଦେବ । ଦିନେ ଜମାଲୁଦ୍ଦିନ୍ଙ୍କ ପେଟରେ ଖୁବ୍ ଯନ୍ତ୍ରଣା ହେବାରୁ ସେ ଗୋରଖପୁରର ଜଣେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଯେତେବେଳେ ଅଲଟ୍ରାସାଉଣ୍ଡ୍ ରିପୋର୍ଟ ଆସିଲା, ଏହା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ଚିକିତ୍ସା କରିଥିବା ଡାକ୍ତର ଶଶିକାନ୍ତ ଦୀକ୍ଷିତ ଜଣେ ବେରିଆଟ୍ରିକ୍ ଲାପ୍ରୋସ୍କୋପି ସର୍ଜନ । ସେ କୁହନ୍ତି, ଜମାଲୁଦ୍ଦିନଙ୍କ ଗ୍ଲାଡରରୁ ପଥର ବାହାରିଲା ସତ କିନ୍ତୁ ଏହା ବାମପଟରେ ଥିବାରୁ ଅସ୍ତ୍ରୋପଚାର କରି ଏହାକୁ ବାହାର କରିବା ତାଙ୍କ ପାଇଁ ବହୁ କଷ୍ଟସାଧ୍ୟ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ