ଭୁଲ୍ ପ୍ରେସ୍‌କ୍ରିସ୍ପନ୍ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ଘଟଣା ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ, କାହ୍ନୁ ପତି

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବର୍ତମାନ ସମୟରେ କରୋନା ଜନସାଧାରଣଙ୍କ ମନରେ ଯେତିକି ଭୟ ସୃଷ୍ଟି ନ କରୁଛି ତା ଠାରୁ ବଳି ଗଲାଣି ଜିଲ୍ଲା ପ୍ରଶାସନର କୋଭିଡ ପରିଚାଳନା ନିତୀ । ପ୍ରଶାସନର ଭୁଲ କୋଭିଡ ପରିଚାଳନା ନିତୀ ଏବଂ ଅବହେଳିତ ଚିକିତ୍ସା ବ୍ୟବସ୍ଥା ଯୋଗୁଁ ଏବେ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଲିଗଲାଣି ବୋଲି ଅଭିଯୋଗ କରିଛନ୍ତି ଗଞ୍ଜାମ ବିଜପିର ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି । ବହୁବାର ଏଭଳି ଘଟଣା ଏବେ ବ୍ରହ୍ମପୁର ସହରରେ ସାମ୍ନାକୁ ଆସୁଛି । ଗୋଟିଏ ପଟେ କରୋନା ଲୋକଙ୍କୁ ଭୟବିତ କରୁଥିବା ବେଳେ ପ୍ରଶାସନର ଚିକିତ୍ସା ବ୍ୟବସ୍ଥା ଲୋକଙ୍କୁ ଆହୁରି ଭୟବିତ କରିଛି । ଲୋକେ ଅବହେଳିତ ଚିକିତ୍ସା ଯୋଗୁଁ ପ୍ରାଣ ହରାଉଥିବା ବେଳେ ଜିଲ୍ଲା ପ୍ରଶାସନ ପାଇଁ ଏହା ଏକ ଅଭ୍ୟାସରେ ପରିଣତ ହେଲାଣି । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବହେଳିତ ବ୍ୟବସ୍ଥା ନେଇ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏଥିପ୍ରତି କାହାର ମଧ୍ୟ ଦୃଷ୍ଟି ପଡୁନାହିଁ । ଯାହା ଫଳରେ ଅତି ମୂଲ୍ୟବାନ ଜୀବନ ଚାଲିଯାଉଛି । ପୁର୍ବରୁ ଏହିଭଳି ଅନେକ ଉଦାହରଣ ଜନସାଧାରଣଙ୍କ ନଜରକୁ ଆସିଥିବା ବେଳେ ପୁଣି ବ୍ରହ୍ମପୁର ବଡ ବଜାର ଅଂଚଳରୁ ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି । କରୋନା ରୋଗୀଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ଆଉ ଏକ ମୂଲ୍ୟବାନ ଜୀବନ ଚାଲିଯାଇଛି । ଜଣେ ରୋଗୀଙ୍କୁ ଅନ୍ୟ ଜଣେ ରୋଗୀଙ୍କ ପ୍ରେସ୍‌କ୍ରିସ୍ପନ୍ ଦେଇ ରେଫେର କରାଯାଇ ଭୂଲ େଓøଷଧ ଦିଆଯାଇଥିବାରୁ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି । ସୂଚନା ଅନୁ୍‌୍‌ଯାୟୀ ବ୍ରହ୍ମପୁର ବଡ ବଜାର ଅଂଚଳ ମାଲୁ ବେହେରା ସାହିର ଦମୟନ୍ତୀ ସାହୁ ନାମକ ଜଣେ ବ୍ୟକ୍ତି ଗତ ୧୩ ତାରିଖରେ କୋଭିଡ ଟେଷ୍ଟ କରିବା ପରେ ୧୮ ତାରିଖରେ ରିପୋର୍ଟ ପଜେଟିଭ୍ ଆସିଥିଲା । ତାଙ୍କୁ ପାରଳା ମହାରାଜା କୋଭିଡ କେୟାର ସେଂଟରରେ ଭର୍ତି କରାଯାଇଥିଲା । ସେଠାରେ ସେ ୧୨ ଦିନ ରହିବା ପରେ ସୁସ୍ଥ ହୋଇଥିଲେ । କିନ୍ତୁ ପୁଣି ତାଙ୍କୁ ଗତ ୩୦ ତାରିଖରେ ପାରଳା ମହାରାଜା କୋଭିଡ କେୟାର ସେଂଟରରୁ ବ୍ରହ୍ମପୁର ସିଟି ହସ୍ପିଟାଲ କୋଭିଡ କେୟାର ସେଂଟରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାରଳା ମହାରାଜା କୋଭିଡ କେୟାର ସେଂଟରରେ ଚିକିତ୍ସାିତ ହେଉଥିବା ଆଉ ଜଣେ ରୋଗୀ ଦମୟନ୍ତୀ ପଣ୍ଡାଙ୍କ ପ୍ରେସ୍‌କ୍ରିସ୍ପନ୍ ରେ ଦମୟନ୍ତୀ ସାହୁଙ୍କୁ ରେଫେର କରାଯାଇଥିଲା । ସିଟି କୋଭିଡ କେୟାର ସେଂଟରରେ ୨ ଦିନ ଚିକିତ୍ସା ପରେ ସେ ଆଖି ବୁଜିଥିଲେ । ତେବେ ଭୁଲ ପ୍ରେସ୍‌କ୍ରିସ୍ପନ୍ ରେ େଓøଷଧ ଦିଆଯାଇଥିବାରୁ ଦମୟନ୍ତୀ ସାହୁଙ୍କ ମୃତ୍ୟୂ ଘଟିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଟାଟା କୋଭିଡକୁ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଠାରେ ଆଇସିୟୁ ଖାଲି ନଥିବା ଦର୍ଶାଯାଇଥିଲା । ପରିବାର ଲୋକେ ଟାଟା କୋଭିଡକୁ ଯୋଗାଯୋଗ କରିବା ପରେ ମଧ୍ୟ କେହି ଫୋନ ଉଠାଇନଥିଲେ । ତେବେ ପାରଳା ମହାରାଜା କୋଭିଡ କେୟାର ସେଂଟରେ ଚିକିତ୍ସିତ ଥିବା ଦମୟନ୍ତୀ ପଣ୍ଡା ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସୁସ୍ଥ ଥିବା ଦମୟନ୍ତୀ ସାହୁ ଭୂଲ ସ୍ୱାସ୍ଥ୍ୟସେବାଯୋଗୁଁ ପ୍ରାଣ ହରାଇଥିବା ଖବର ଦୁଃଭାଗ୍ୟଜନକ କଥା ବୋଲି ଶ୍ରୀ ପତି କହିଛନ୍ତି । ଏବଂ ସବୁଠାରୁ ବଡ କଥା ଯେ ଘଟଣାକୁ ଚାପି ଦେବା ଲାଗୀ ପାରଳା ମହାରାଜା କୋଭିଡ କେୟାର ସେଂଟର କତୃପକ୍ଷ ପ୍ରେସ୍‌କ୍ରିସ୍ପନକୁ ସଂଶୋଧନ କରିଥିବା କଥାକୁ ଗଞ୍ଜାମ ବିଜେପି ଦୃଢ ନିନ୍ଦା କରିଛି । ତେବେ ଯେଉଁମାନେ ଏଭଳି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ହତ୍ୟା ମକର୍ଦ୍ଧମା ରୁଜୁ କରିବା ସହିତ ପ୍ରଶାସନିକ ତୃଟି ଯୋଗୂୁଁ ମୃତ୍ୟୁ ବରଣ କରିଥିବା ଶ୍ରୀମତୀ ଦମୟନ୍ତୀ ସାହୁଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ପ୍ରଦାନ କରାଯିବାକୁ ଗଞ୍ଜାମ ବିଜେପି ଦାବି କରିଛି । ବାରମ୍ବାର ତୃଟି ବିଚ୍ୟୁତି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବଂ ଅନୁସନ୍ଧାନ ନାଁରେ କାଳକ୍ଷେପଣ ନିତି କରି ଚୁପ ରହିବା ଯୋଗୁଁ ଏଭଳି ଘଟଣା ଘଟୁଛି । ଯାହାକି ଜନସାଧାରଣରେ ଜିଲ୍ଲା ପ୍ରଶାସନ ପ୍ରତି ଆକ୍ରଶ ଭାବ ଜାଗ୍ରତ ହେଲାଣି । ଆଗାମୀ ଦିନରେ ଏହା ଉଗ୍ର ରୂପ ଧାରଣ ନକରିବ ଏହି କଥାକୁ କେହି ଏଡେଇ ପାରିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ