ଭୁଲ ଖବର ପ୍ରକାଶ ପାଇଁ ନଗୁଡୁ ଗ୍ରାମବାସୀଙ୍କ ଅସନ୍ତୋଷ

ବୁଗୁଡା (ଅନିଲ କୁମାର): ବୁଗୁଡା ପୋଲିସ ଥାନା ପକ୍ଷରୁ ଗତ କାଲି ୭ ଜଣ ୱାରେଣ୍ଟି ଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ଦିନ ପୁଣି ୮ ଜଣ ୱାରେଣ୍ଟି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଗତକାଲି ଗିରଫ ହୋଇଥିବା ୭ ଜଣ ୱାରେଣ୍ଟିଙ୍କ ମଧ୍ୟରୁ ନଗୁଡୁ ଗ୍ରାମେ ୫ ଜଣ ଗିରଫ ହୋଇଥିବା ନେଇ ରାଜ୍ୟର ପ୍ରତିଷ୍ଠିତ ଜୈନିକ ଖବର କାଗଜରେ ନାମ ସହ ଖବର ପ୍ରକାଶ ପାଇଥିବା ବେଳେ ନଗୁଡୁ ଗ୍ରାମର କେହି ମଧ୍ୟ ଗିରଫ ହୋଇ ନାହାଁନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମିଥ୍ୟା ଖବର ପ୍ରକାଶ ହୋଇଥିବା ଯୋଗୁଁ ଗ୍ରାମବାସୀ ବୃନ୍ଦ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବୁଗୁଡା ଆଇଆଇସି ଶ୍ରୀ ବେହେରାଙ୍କ ସହ ଯୋଗାଯୋଗ ବେଳେ ଗତକାଲି ଗିରଫ ୭ ଜଣ ମଧ୍ୟରେ ନଗୁଡୁ ଗ୍ରାମର କେହି ନଥିବା ସେ ପ୍ରକାଶ କରିଛନ୍ତି। ଏହିପରି ମିଥ୍ୟା ଖବର ପ୍ରକାଶ ଯୋଗୁଁ ନଗୁଡୁ ଗ୍ରାମର ନାମ ବଦନାମ ହେଉଥିବା କହି ଗ୍ରାମବାସୀ ବୃନ୍ଦ କ୍ଷୋଭ ପ୍ରକାଶ କରିଛନ୍ତି। ଶନିବାର ଦିନ ୧୦ ଗୋଟି କେସ ର ୮ ଜଣ ୱାରେଣ୍ଟି କେଶବ ପୋଲାଇ, ମଙ୍ଗୁଳୁ ଜେନା, ପିତାମ୍ବର ବେହେରା, ବେଙ୍ଗୁଲି ନାୟକ, ଅରୁଣ ପ୍ରଧାନ, ବାସନ୍ତୀ ଗୌଡ଼, ଲଡୁ ନାୟକ ଓ ଜୟ ନାୟକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଏହି ଆଠ ଜଣ ବୁଗୁଡା ଓ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମର ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ