ଭୁଲ ପ୍ରଣାଳୀରେ ସିନ୍ଦୂର ଲଗାଇଲେ ବିପଦ
ଆମ ହିନ୍ଦୁ ପ୍ରଥା ବା ପରମ୍ପରା ଅନୁଯାୟୀ ଭାରତୀୟ ବିବାହିତ ମହିଳାମାନେ ମଥାରେ ସିନ୍ଦୂର ଲଗାନ୍ତି । ହିନ୍ଦୁ ରୀତିନୀତି ଅନୁସାରେ ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବଢ଼ିଥାଏ । ମହିଳାମାନେ ନିଜ ପସନ୍ଦ ଅନୁସାରେ ସିନ୍ଦୂର ଲଗାନ୍ତି । କିନ୍ତୁ ହିନ୍ଦୁ ଧର୍ମ ଅନୁଯାୟୀ ସିନ୍ଦୂର ଲଗାଇବା ପାଇଁ ଅନେକ ଉପାୟ ଅଛି । ଶାସ୍ତ୍ରରେ ବି ସିନ୍ଦୂର ସମ୍ବନ୍ଧିତ ଅନେକ ନିୟମ ସମ୍ପର୍କରେ ଆଲୋଚନା କରାଯାଇଛି । ଯଦି ଏହାକୁ ସଠିକ ଭାବେ ପାଳନ ନ କରନ୍ତି ତେବେ ଅନେକ ପ୍ରକାରର ବାଧା ବା ବିପଦ ଦେଖାଯିବାର ଆଶଙ୍କା ବଢ଼ିଯାଏ ।
ଉଜୈନର ଜ୍ୟୋତିଷଶାସ୍ତ୍ରୀ ପଣ୍ଡିତ ମନୀଷ ଶର୍ମା କହିଛନ୍ତି, ଯଦି କେହି ସଧବା ବା ବିବାହିତା ମହିଳା ଠିକ୍ ଉପାୟରେ ସିନ୍ଦୂର ଲଗାନ୍ତି ସେଥିରୁ ସକାରାତ୍ମକ ଶକ୍ତି ଜାତ ହୋଇଥାଏ । ଏହା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ସ୍ୱାମୀର ଆୟୁଷ ମଧ୍ୟ ବଢ଼ିଥାଏ ।
ସିନ୍ଦୂର ଲଗାଇବା ସମୟରେ ମହିଳାମାନେ ଶାସ୍ତ୍ରରେ କୁହାଯାଉଥିବା ନିୟମର ପାଳନ କରିବାକୁ ପଡ଼ିବ । ଏପରି ନ କଲେ ଅଶୁଭ ହେବା ସହ ସ୍ୱାମୀଙ୍କ ଉପରେ କରଜଭାର ବଢ଼ିଥାଏ । ଧ୍ୟାନ ଦେବେ ସବୁବେଳେ ନିଜ ପାଖରେ ଥିବା ସିନ୍ଦୂର ଲଗାନ୍ତୁ । ଅନ୍ୟ କିଏ ବ୍ୟବହାର କରୁଥିବା ସିନ୍ଦୂରକୁ ନିଜ ସିନ୍ଥି ବା ମଥାରେ ଲଗାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ସ୍ୱାମୀର ଧନସମ୍ପତ୍ତି ହ୍ରାସ ହୋଇଥାଏ ।
ଅନ୍ୟର ଟଙ୍କାରେ କିଣା ଯାଇଥିବା ସିନ୍ଦୂର ଲଗାନ୍ତୁ ନାହିଁ ।
ଯଦି କେହି ସିନ୍ଦୂର ଆପଣଙ୍କୁ ଉପହାର ଦେଇଛି ବା ଦାନ କରୁଛି ତାହାକୁ ବି ଲଗାଇବା ଉଚିତ ନୁହେଁ ।


