ଭୁଷୁଡିଲା ବନ୍ତ ଜଳ ସେଚନ ଅଫିସ ପାଚେରୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ଦିନ ପ୍ରାୟ ୧୧ଟା ବେଳେ ବନ୍ତ ଜଳସେଚନ କାର୍ଯ୍ୟାଳୟର ସମ୍ମୁଖ ପାଶ୍ୱର ପାଚେରୀ ଭୁଷୁଡି ପଡିଥିବା ଜଣାଯାଇଛି । ପ୍ରକାଶ ଯେ, ଭଦ୍ରକ-ଆନନ୍ଦପୁର ରାଜ୍ୟ ପଥ ପାଶ୍ୱର ତଥା ବନ୍ତ ବଜାର ଠାରେ ଥିବା ବନ୍ତ ଜଳ ସେଚନ କାର୍ଯ୍ୟାଳୟର ରାସ୍ତା ପାଶ୍ୱର ପାଚେରୀ ଉପରେ ଏକ ଗଛ ଭାଙ୍ଗି ପଡିଥିଲା । ଫଳରେ ପ୍ରାୟ ୭୦ ଫୁଟ୍ ଲମ୍ବର କାନ୍ଥ ଭୁଷୁଡି ପଡିଥିଲା ଗତ ୧୧ ବର୍ଷ ପୂର୍ବେ ଏହି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହା ଭୁଷୁଡି ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଗଛଟି ରାସ୍ତାରେ ପଡିଥିବା ଯୋଗୁ ଜଳ ସେଚନ ବିଭାଗର କର୍ମଚାରୀ ମାନେ ଗଛକୁ କାଟି ରାସ୍ତା ଅବରୋଧମୁକ୍ତ କରିଥିଲେ ।


