ଭୁଷୁଡି ଗଲା ଓରାଳି ଶାଳଣିଆଁ ରାସ୍ତା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଓରାଳି ଠାରୁ ଶାଳଣିଆଁ ରାସ୍ତାଟି ଏବେ ଭୁଷୁଡି ଗଲାଣି । ଓରାଳି ଛକଠାରୁ ଶାଳଣିଆଁ ପର୍ଯ୍ୟନ୍ତ ରାସ୍ତାରେ ଏବେ ଶହେରୁ ଉର୍ଦ୍ଧ ଖାଲଖମା ସୃଷ୍ଟି ହେବା ସହ ଯାତାୟତ ଅନୁପଯୋଗୀ ହୋଇପଡିଲାଣି । ଏହି ରାସ୍ତାଟି ଉପରେ ଓରାଳି, କଳିଗାଁ, ଅଁରା, ଗେଡମା, ଡଅଁର, ଆଇତିପୁର, ଷଡଙ୍ଗ, ହାବଳେଶ୍ୱର ଆଦି ପଞ୍ଚାୟତର ୫୦ହଜାରରୁ ଉର୍ଦ୍ଧ ଲୋକ ଯାତାୟତ କରିଥାନ୍ତି । ପୁର୍ବରୁ ଏହି ରାସ୍ତାଟି ଅସୁରକ୍ଷିତ ହୋଇ ପଡିଥିବା ବେଳେ ଅଞ୍ଚଳବାସୀଙ୍କ ବହୁ ଦାବିପରେ ଏହା ପୁର୍ତ୍ତବିଭାଗକୁ ହସ୍ତାନ୍ତର କରାଯାଇ ଗତ ୩ବର୍ଷ ତଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର କିଛି ସ୍ଥାନରେ ନିର୍ମାଣ ଜନିତ ତ୍ରୁଟି ଓ ଆଉ କିଛି ସ୍ଥାନରେ ଭାରିଯାନ ଚଳାଚଳ କରିବାଦ୍ୱାରା ଏବେ ରାସ୍ତାଟି ବିପର୍ଯ୍ୟସ୍ଥ ହୋଇପଡିଛି । ଶାଳକଣିଆଁ ନିକଟରେ ରାସ୍ତାଟି ଭୁଷୁଡି ପଡିଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏବେ ଗତ କିଛଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିବା ଫଳରେ ରାସ୍ତାରେ ପାଣି ଠିଆହୋଇ ରହିବା ସହିତ ଶାଳକଣିଆଁ, କଳିଗାଁ, ଓରାଳି ପେଟ୍ରୋଲପମ୍ପ ନିକଟ ନିକଟରେ ସାଇକେଲ କି ବାଇକ ଆରୋହୀ ମାନେ ଯାଇପାରୁ ନାହାନ୍ତି । ଯାହାକୁନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେିଛି । ପୁର୍ତ୍ତ ବାଭଗ ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ସହିତ ଲୋକଙ୍କ ଯାତାୟତକୁ ପ୍ରାଥମିକତା ଦେଉ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।


