ଭୁସୁଡିଲା ତିନି ମହଲା କୋଠା

ମୋହାଲି- ଫାଉଣ୍ଡେସନ ଖୋଳିବା ସମୟରେ ଭୁଶୁଡ଼ି ତିନି ମହଲା କୋଠା ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପଞ୍ଜାବର ମୋହାଲିରେ ଖରଡ଼-ଲାଣ୍ଡରା ରୋଡ଼ରେ । ଏହାରି ତଳେ ଅନେକ ଲୋକ ଫଶି ରହିଛନ୍ତି। ଭଗ୍ନାବଶେଷ ତଳୁ ଲୋକଙ୍କୁ ଖୋଜାଯିବା ସହ ଏନଡିଆରଏଫ ଓ ସ୍ଥାନୀୟ ଲୋଙ୍କ ସହାୟତାରେ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ଏହି ଘଟଣା ଇଲାକାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଶନିବାର ସରକାରୀ ଛୁଟି କାରଣରୁ କର୍ମଚାରୀଙ୍କ ଅଭାବ ପରଲଖିତ ହୋଇଛି। ଏହି କାରଣରୁ ରିଲିଫ ଓ ଉଦ୍ଧାର କାର‌୍ୟ୍ୟ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ୧୦ ରୁ ୧୨ ଜେସିବି ଭଗ୍ନାବଶେଷକୁ ହଟାଉଛି। ଅନ୍ୟପଟେ ୧୨ ଆମ୍ବୁଲାନ୍ସକୁ ଜରୁରୀକାଳୀନ ସ୍ଥିତିରେ ରଖାଯାଇଛି। ସୂଚନା ଅନୁଯାୟୀ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ୧୦ ରୁ ୧୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ