ଭୂଖନନକୁ ବିରୋଧକରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପୁରୀ ଠାରେ ଥିବା ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥମନ୍ଦିରର ଚତୁପାଶ୍ୱର୍ରେ ଭୂଖନନ କରାଯାଉଥିବାକୁ ବିରୋଧ କରି ଗଜପତି ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଏ ସଂକ୍ରାନ୍ତରେ ପାରଳାଖେମୁଣ୍ଡି ରାଜଦାଣ୍ଡ ସାହି ଠାରେ ଥିବା ସଂସ୍କୃତ ଭବନ ଠାରୁ ବିଶ୍ୱ ହିନ୍ଦୁପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ ରାଲିରେ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସ୍ମାରକପତ୍ର ପ୍ରଦାନ କରିଥିଲ । ଏଥିରେ ବହୁ ସଂଖ୍ୟକ ବିଶ୍ୱ ହିନ୍ଦୁପରିଷଦ ଏବଂ ବଜରଙ୍ଗଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।