ଭୂତଙ୍କ କୋର୍ଟ
ଦୁନିଆରେ ଅନେକ ପ୍ରକାରର କୋର୍ଟ ଦେଖିଥିବେ । ଯେଉଁଠାରେ ମଣିଷଙ୍କ ଉପରେ ମାମଲା ଚାଲେ ଏବଂ ଦଣ୍ଡବିଧାନ କରାଯାଏ । ଏଠାରେ କିନ୍ତୁ ଯେଉଁ କୋର୍ଟ ବିଷୟରେ ଆଲୋଚନା କରାଯାଉଛି, ତାହା ଦୁନିଆର ସବୁଠୁ ନିଆରା କୋର୍ଟ । କାରଣ ଏଠାରେ ମଣିଷ ନୁହଁନ୍ତି, ବରଂ ଭୂତଙ୍କର ଶୁଣାଣି କରାଯାଏ । ହୁଏତ ଏ ଘଟଣାକୁ ଅନେକ ଅନ୍ଧବିଶ୍ୱାସ ବୋଲି ମାନିପାରନ୍ତି । କିନ୍ତୁ ଏହା ସତ । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ହାଜି ବାବ ସମସୁଦ୍ଦିନ କାଦ୍ରୀଙ୍କ ରଗାହରେ ଏଭଳି ନିଆରା କୋର୍ଟ ଚାଲେ । ଏଠାରେ ଭୂତ ପ୍ରେତଙ୍କଠାରୁ ରକ୍ଷା ପାଇବାକୁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି । କୋର୍ଟରେ ସାଧାରଣ କୋର୍ଟ ଭଳି ପୁଲିସ୍, ମୁନ୍ସୀ ଏବଂ ଓକିଲ ନିଜର ଦାୟିତ୍ୱ ନିର୍ବାହ କରୁଥାନ୍ତି । ଏହି ଅଦ୍ଭୁତ କୋର୍ଟରେ ଏକ ଘଣ୍ଟାରେ ପ୍ରାୟ ୧୦ରୁ ୧୫ଟି ମାମଲାର ଶୁଣାଣି ହୋଇଥାଏ । ଦରଗାହରେ ମୁନ୍ସୀ ଦାୟିତ୍ୱ ତୁଲାଉଥିବା ବ୍ୟକ୍ତିଙ୍କ ମତରେ, ଭୂତପ୍ରେତ ହାଜୀଙ୍କ କ୍ରୋଧ ଦେଖି ଖୁବ୍ ଭୟଭୀତ ହୋଇପଡ଼ନ୍ତି । ଏଣୁ ମଣିଷର କିଛି କ୍ଷତି କରୁଥିଲେ ଦରଗାହ ପାଖ ମାଡ଼ିବା ପୂର୍ବରୁ ଚାଲିଯାନ୍ତି । ତେବେ ପୀଡ଼ିତଙ୍କ ଯେମିତି କୌଣସି ପ୍ରକାର କ୍ଷତି ନ ହୁଏ, ସେ ଦିଗରେ ଦରଗାହରେ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଏ ।