ଭୂତତ୍ୱ ଓ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ନେଇ ଭାରତ ବଲିଭିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ
ଭୂତତ୍ୱ ଓ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ନେଇ ଭାରତ ଓ ବଲିଭିଆ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣା ପତ୍ର ସ୍ୱାକ୍ଷରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏହି ବୁଝାମଣା ପତ୍ର ବଲିଭିଆରେ ୨୦୧୯ ମାର୍ଚ୍ଚ ମାସରେ ସ୍ୱାକ୍ଷରିତ ହୋଇଥିଲା । ପ୍ରଭାବ ଏହି ବୁଝାମଣା ପତ୍ର ଫଳରେ ଖଣିଜ ସମ୍ପଦ କ୍ଷେତ୍ରରେ ଭାରତ ଏବଂ ବଲିଭିଆ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ନେଇ ଆନୁଷ୍ଠାନିକ ପ୍ରକ୍ରିୟା ସୃଷ୍ଟି ହେବ । ଏହା ଦ୍ୱାରା ସମ୍ପଦ, ଆଇନ ଓ ଯୋଜନାକୁ ନେଇ ସୂଚନାର ଆଦାନ ପ୍ରଦାନ, ପ୍ରଗତି ସମ୍ବନ୍ଧୀୟ ରଣନୀତିକୁ ନେଇ ଆଲୋଚନା ଚକ୍ରର ଆୟୋଜନ, ଉଭୟ ଦେଶ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ସ୍ଥାନାନ୍ତରଣ ନେଇ ପ୍ରୋତ୍ସାହନ, ମୂଲ୍ୟଯୁକ୍ତକରଣ ଆଦି ହୋଇପାରିବ ଯାହାଫଳରେ କି ଦସ୍ତାବୀଜକରଣ ଏବଂ ପ୍ରଚାର ଓ ପ୍ରସାର ଆଦି କରାଯାଇ ପାରିବ ।


