ଭୂତପୂର୍ବ ସୈନିକଙ୍କୁ ତିରଙ୍ଗା ପ୍ରଦାନ କରି ସଦର ବିଜେପି ପକ୍ଷରୁ ଉତ୍ସବ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତୀୟ ଜନତା ପାର୍ଟି ସଦର ଶାଖା ପକ୍ଷରୁ ସ୍ଥାନୀୟ ଜେଲ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଭୂତପୂର୍ବ ସୈନିକ ମାନଙ୍କୁ ନେଇ ଆଜାଦିର ଅମୃତ ମୋହତ୍ସବ ଅଭିଯାନରେ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି । ଦଳର ମହିଳା ମୋର୍ଚ୍ଚାର ସଦସ୍ୟ ମାନେ ଭୂତପୂର୍ବ ସୈନିକ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି, ମିଠା ଖୁଆଇ ଭାରତୀୟ ଐତିହ ଏବଂ ପରମ୍ପରାକୁ ମନେ ପକାଇ ରକ୍ଷା କରିବା ପାଇଁ ଆଶୀର୍ବାଦ ଲୋଢିଥିଲେ । ଦେଶର ୭୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ସୈନିକ ଭାଇମାନଙ୍କୁ ରାଜ୍ୟ ଯୁବ ମୋର୍ଚ୍ଚାର ଉପ ସଭାପତି ତଥା ସଦର ନେତା ମାନସ ଦତ୍ତ ସମସ୍ତଙ୍କୁ ଜାତୀୟ ପତାକା ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ଏହା ପରେ ଭଉଣୀ ମାନେ ସମସ୍ତ ଭୂତପୂର୍ବ ସୈନିକ ଭାଇ ମାନଙ୍କୁ ଉତ୍ତୋରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମପରେ ମହିଳା ମୋର୍ଚ୍ଚାର ସଦସ୍ୟ ମାନେ ରାଣିପାଟଣା ସ୍ଥିତ ଅନ୍ଧ ମୁକ ବିଦ୍ୟାଳୟରେ ଯାଇ କୁନି କୁନି ପିଲାଙ୍କ ସହ ରାକ୍ଷୀ ପାଳନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ମହିଳା ସଭାନେତ୍ରୀ ସୁସ୍ମିତା ପଣ୍ଡା, ଶ୍ରୀୟା ଦାସ, ସସ୍ମିତା ଶୁକ୍ଳା, ସ୍ବର୍ଣ୍ଣପ୍ରିୟା ନାଥ, ସୁକାନ୍ତି ଦେବଗୋସ୍ୱାମୀ, ମଧୁଶ୍ରୀ ପଣ୍ଡା, ଝରଣା ଦାସ, ଜିଲ୍ଲା ଉପ ସଭାନେତ୍ରୀ ସଂଯୁକ୍ତା ମହାପାତ୍ର, କୁଇନ ମହାପାତ୍ର ପ୍ରମୁଖ୍ୟ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ରବି ନାରାୟଣ ମହାପାତ୍ର, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଦୁକୁଳ ଘୋଡେଇ, ରାଜେନ୍ଦ୍ର ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।


