ଭୂତଳ ବ୍ରିଜ ନିର୍ମାଣ ଦାବିରେ ଆଜି ୧୬ ଘଣ୍ଟିଆ କେସିଙ୍ଗା ବନ୍ଦ
କଳାହାଣ୍ଡି- କେସିଙ୍ଗା ରେଳ କ୍ରିୟାନୁଷ୍ଠାନ କମିଟି ତରଫରୁ ବୁଧବାର ୧୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପାଳନ ଫଳରେ କେସିଙ୍ଗାର ସମସ୍ତ ଦୋକାନବଜାର, କ।ର୍ଯ୍ୟ।ଳୟ, ବ୍ୟାଙ୍କ, ଯାନବାହନ ଚଳାଚଳ ବନ୍ଦ ରହିଛି । ଫଳରେ କେସିଙ୍ଗା ସହର ଦୁଇ ପଟରେ ଶତାଧିକ ଯାନବାହନ ଅଟକି ରହିଛି । ସୂଚନାଥାଉକି ଜାତୀୟ ରାଜପଥ ୨୬ ଦେଇ ଯାଇଥିବା ରେଳ ଲାଇନ ରେ ଦୀର୍ଘ ବର୍ଷ ହେବ ଭୂତଳ ପୋଲ ଦାବି ହୋଇ ଆସୁଛି । ରେଳ ଫାଟକ ଦୈନିକ ଘଣ୍ଟା ଘଣ୍ଟା ଧରି ବନ୍ଦ ରହିବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ଜରୁରୀକାଳୀନ ଆମୁଲେନ୍ସ ସେବା ମଧ୍ୟ ପ୍ରଭାବିତ ହେଉଛି । ତେବେ ରେଳ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପ୍ରତିକାର ବ୍ୟବସ୍ଥା ନ କରିବା ଯୋଗୁ ବାଧ୍ୟ ହୋଇ କେଶିଙ୍ଗା ସଚେତନ ନାଗରିକ ମଞ୍ଚ ଦ୍ୱାରା ଆଜି ୧୬ ଘଣ୍ଟିଆ ବନ୍ଦ ପାଳନ ଆନ୍ଦୋଳନ ଦେଖିବାକୁ ମିଳିଛି । ତେବେ ଜରୁରୀକାଳୀନ ଆମୁଲେନ୍ସ, ମେଡ଼ିସିନ ଡାକ୍ତରଖାନା ଓ ପରିକ୍ଷର୍ଥୀ ଙ୍କୁ ଆନ୍ଦୋଳନ ରୁ ବାଦ ଦିଆଯାଇଛି ।