ଭୂତ ନାଁରେ ଉଠୁଛି ରାସନ୍ ସାମଗ୍ରୀ

କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି ):କଳମପୁର ବ୍ଲକ ଅନ୍ତର୍ଗତ ବନ୍ଧକନା ପଞ୍ଚାୟତରୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ପଞ୍ଚାୟତରେ ଥିବା ଏକାଧିକ ହିତାଧିକାରୀ ମୃତ୍ୟୁ ବରଣ କରିଥିବାବେଳେ ସେମାନଙ୍କ ନାଁ ରାସନ୍ କାର୍ଡରୁ ଏ ପର୍ଯ୍ୟନ୍ତ କଟି ନାହିଁ। ଅନ୍ୟପଟେ ମୃତ୍ୟୁ ହିତାଧିକାରୀଙ୍କ ନାଁରେ ଚାଉଳ ଅନୁମୋଦନ ହେଉଥିବା ଜଣାପଡ଼ିଛି। ତେବେ ମୃତ ହିତାଧିକାରୀଙ୍କ ନାମରେ ଆସୁଥିବା ଚାଉଳ ଯାଉଛି କୁଆଡେ। ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ରାସନ୍ କାର୍ଡରେ ସୁଧାର ଆଣିବା ସହ ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ତଥା ମୃତ ହିତାଧିକାରୀଙ୍କ ନାମ କାଟିବା ନେଇ ନିକଟରେ ଇ- କେୱଇସି ବ୍ୟବସ୍ଥା କରିଥିଲେ। ଏତେ ସବୁ ବ୍ୟବସ୍ଥା ସତେ ଏହି ପଞ୍ଚାୟତରେ ଏକାଧିକ ମୃତ ବ୍ୟକ୍ତିଙ୍କ ନାଁ ରାସନ୍ କାର୍ଡରୁ କଟି ନାହିଁ। ଏବଂ ସେମାନଙ୍କ ନାଁରେ ମାସ ମାସ ଧରି ରାସନ ସାମଗ୍ରୀ ଆସୁଛି। ତେବେ ଆସୁଥିବା ରାସନ୍ ସାମଗ୍ରୀ ନେଉଛି କିଏ, ନାଁ ପଞ୍ଚାୟତ କତୃପକ୍ଷଙ୍କ ମଧୁ ଚନ୍ଦ୍ରିକାରେ ହଡ଼ପ କରାଯାଉଛି ତାହା ତଦନ୍ତ ସାପେକ୍ଷ। ଏ ବିଷୟରେ ଦାୟିତ୍ଵରେ ଥିବା ଯୋଗାଣ ସହାୟକ କୁ ପଚାରିବାରୁ ମୁଁ ମେଡିକାଲ ରିପୋର୍ଟ ଦେଖିକି ନାମ କାଟୁଛି, ଯଦି କାହାର ଅଛି ତାହେଲେ ମୁଁ ଜାଣିନି ବଳି ଅତି ହାଲୁକା ଭାବରେ ସଫେଇ ଦେଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ