ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟ ଭେଦ କରୁଥିବା ସ୍ବଳ୍ପ ଦୂରତ୍ୱ ବିଶିଷ୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଦ୍ବାରା ଓଡ଼ିଶା ଉପକୂଳରେ ଥିବା ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ, ଚାନ୍ଦିପୁର ଠାରେ ଭର୍ଟିକାଲ୍ ଲଞ୍ଚରୁ ସ୍ବଳ୍ପ ଦୂରତାରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ରର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। ଏହି ଉତ୍କ୍ଷେପଣ କୁ ଏକ ଇଲେକଟ୍ରୋନିକ୍ ଟାର୍ଗେଟ ବିପକ୍ଷରେ କମ୍ ଉଚ୍ଚତାରେ ଏକ ଭର୍ଟିକାଲ ଲଞ୍ଚରରୁ କରାଯାଇଛି। ହେଲ୍ଥ ପାରାମିଟର ସହିତ ଭେଇକିଲର ଫ୍ଲାଇଟ ମାର୍ଗକୁ ଆଇଟିଆର, ଚାନ୍ଦିପୁର ଠାରେ ନିୟୋଜିତ ଅନେକ ଗୁଡ଼ିଏ ଟ୍ରାକିଂ ସିଷ୍ଟମ ଦ୍ବାରା ଅନୁଧ୍ୟାନ କରାଯାଇଛି। ସମସ୍ତ ଉପାଦାନ ଯଥା କଣ୍ଟ୍ରୋଲର ସହିତ ଭର୍ଟିକାଲ୍ ଲଞ୍ଚର ୟୁନିଟ, କାନିଷ୍ଟରାଇଜ୍ଡ ଫ୍ଲାଇଟ୍ ଭେଇକିଲ୍, ୱିପନ୍ କଣ୍ଟ୍ରୋଲ ସିଷ୍ଟମ ଇତ୍ୟାଦିର ସମନ୍ବିତ ଅପରେସନକୁ ପରୀକ୍ଷା କରିବା ପାଇଁ ଆଜି ସିଷ୍ଟମର ଉତ୍କ୍ଷେପଣ କରାଯାଇଥିଲା। ଏଗୁଡ଼ିକ ଇଣ୍ଡିଆନ ନାଭାଲ୍ ସିପରୁ ଭବିଷ୍ୟତରେ କ୍ଷେପଣାସ୍ତ୍ର ଉତକ୍ଷେପଣ ପାଇଁ ଆବଶ୍ୟକ। ଏହି ଟେଷ୍ଟ ଉତକ୍ଷେପଣକୁ ଡିଆରଡିଓ ଓ ନୌସେନାର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଅନୁଧ୍ୟାନ କରାଯାଇଛି। ପ୍ରଥମ ଟ୍ରାଏଲକୁ 22 ଫେବୃୟାରୀ 2021 ରେ କରାଯାଇଛି ଓ ଏହା ହେଉଛି ଏକ ସୁନିଶ୍ଚିତକରଣ ପରକ୍ଷା ଯଦ୍ବାରା ସମନ୍ବିତ ଅପରେସନ ଓ ଗଠନର ସ୍ଥାୟୀ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ନୌସେନାକୁ ସଫଳତା ପୂର୍ବକ ଫ୍ଲାଇଟ ଟେଷ୍ଟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି ସିଷ୍ଟମ ଆକାଶ ମାର୍ଗରେ ବିପଦ ବିପକ୍ଷରେ ଇଣ୍ଡିଆନ୍ ନାଭାଲ୍ ସିପର ପ୍ରତିରକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରିବ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ର ସଚିବ ଡ. ଜି ସତୀଶ ରେଡ୍ଡୀ ଏହି ସଫଳ ପରୀକ୍ଷଣରେ ସାମିଲ୍ ହୋଇଥିବା ଟିମକୁ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯେ ଏହାଦ୍ବାରା ଇଣ୍ଡିଆନ ନାଭାଲ୍ ସିପ୍ରେ ୱିପନ ସିଷ୍ଟମର ସାମିଲ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ