ଭୂପୃଷ୍ଠ ଏବଂ ବିଶେଷ ବାୟୁବାହୀ ଅସ୍ତ୍ର ପ୍ରଣାଳୀର ଅପରେଟର ଗୋଟିଏ ବ୍ୟବସ୍ଥାରେ ରହିବେ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଭାରତୀୟ ବାୟୁସେନା (ଆଇଏଏଫ୍) ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସରକାର ନୂତନ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଡବ୍ଲ୍ୟୁଏସ୍) ଶାଖା ଗଠନକୁ ଅନୁମୋଦନ କରିଛନ୍ତି । ଡବ୍ଲ୍ୟୁଏସ୍ ଶାଖା ସୃଷ୍ଟି ହେବା ଦ୍ୱାରା ଭୂପୃଷ୍ଠ-ଆଧାରିତ ତଥା ବିଶେଷ ବାୟୁବାହୀ ଅସ୍ତ୍ର ପ୍ରଣାଳୀ କାର୍ଯ୍ୟକ୍ଷମ ପାଇଁ ଗୋଟିଏ ସଂସ୍ଥା ଅଧୀନରେ ସମସ୍ତ ଅସ୍ତ୍ର ପ୍ରଣାଳୀ ଅପରେଟରଙ୍କ ଏକୀକରଣ ହେବ । ଏହି ଶାଖା ଭୂପୃଷ୍ଠରୁ- ଭୂପୃଷ୍ଠ କ୍ଷେପଣାସ୍ତ୍ର, ଭୂପୃଷ୍ଠ ରୁ -ଆକାଶ କ୍ଷେପଣାସ୍ତ୍ର, ରିମୋଟ ପରିଚାଳିତ ବିମାନ ଏବଂ ଦୁଇ, ବହୁ ଚାଳକ ବିମାନରେ ଅସ୍ତ୍ରଶସ୍ତ୍ର ଚାଳନା କରୁଥିବା ଅପରେଟରମାନଙ୍କୁ ଅନ୍ତର୍ଭୁକ୍ତ କରିବ । ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧି କରିବାରେ ଏହା ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ