ଭୂବନେଶ୍ୱର ଓ ସୁରତ ମଧ୍ୟରେ ଉଡିବ ବିମାନ
ଭୂବନେଶ୍ୱର- ନୂଆବର୍ଷରେ ସୁରତକୁ ଉଡିବ ବିମାନ ଏନେଇ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି ।ସିଧାସଳଖ ଭୁବନେଶ୍ୱରରୁ ସୁରତକୁ ବିମାନ ଯାତ୍ରା କରିପାରିବେ ସାଧାରଣଲୋକ । ଏୟାର ଇଣ୍ଡିଆ ବିମାନ ଏହି ଦୁଇ ସହର ମଧ୍ୟରେ ବିମାନ ଚଳାଚଳ କରିବାକୁ ସହମତି ପ୍ରକାଶ କରିଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏହି ବିମାନ ସିଧାସଳଖ ସୁରତକୁ ଯାତ୍ରା କରିବ ବୋଲି କୁହାଯାଇଛି ।ସୂଚନାଥାଉକି ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରତକ ମଧ୍ୟରେ ବିମାନ ସେବା ଆରମ୍ଭ ହେବ ।


