ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :ଭୂମିହୀନ ପରିବାରଙ୍କୁ ଘରଡିହ ପାଇଁ ଜମି ପ୍ରଦାନ ଦାବିରେ ଜାଗ୍ରତ ନାରୀ ସଙ୍ଗଠନ ପକ୍ଷରୁ ସୋମବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ସଙ୍ଗଠନର ସଭାନେତ୍ରୀ ମମତା ଦାସଙ୍କ ନେତୃତ୍ୱରେ ବେଗୁନିଆ, ବାଲିଆ, ଯାଦବପୁର ପ୍ରଭୃତି ସହର ତଳି ଅଞ୍ଚଳରୁ ଏକାଧିକ ପରିବାର ଆଜି ଜିଲାପାଳଙ୍କୁ ଭେଟିଛନ୍ତି । ଏହି ଅଞ୍ଚଳରେ ଶହ ଶହ ପରିବାର ଦୀର୍ଘବର୍ଷ ଧରି ସରକାରୀ ଜାଗାରେ ବସବାସ କରି ଆସୁଥିବା ସେମାନେ କହିଛନ୍ତି । ଏଠାରେ ବସବାସ କରୁଥିବା ଶତାଧିକ ପରିବାର ଦିନ ମଜୁରିଆ ହୋଇଥିବା ବେଳେ ନିଜସ୍ୱ ଜମିପଟା ନ ରହିବା ଫଳରେ ସେମାନେ ଦୈନନ୍ଦିନ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ସଙ୍ଗଠନର ଅଧିକାରୀ ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି । ବିଶେଷ କରି ଜମିପଟ୍ଟା ନ ରହିବା ଯୋଗୁଁ ବିଭିନ୍ନ ପ୍ରମାଣପତ୍ର ଅଭାବରୁ ଏହି ପରିବାରର ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଥିବା ବେଳେ ଆବସ ଯୋଜନାରେ ସେମାନେ ସାମିଲ ହୋଇପାରୁ ନଥିବା ସେ କହିଛନ୍ତି । ସରକାରୀ ନିୟମ ଅନୁସାରେ ଭୂମିହୀନ ପରିବାରମାନେ ବିଭିନ୍ନ ତହସିଲରେ ଜମିପଟା ପାଇଁ ବାରମ୍ବାର ଆବେଦନ କରୁଥିଲେ ବି ତହସିଲଦାରମାନେ ଏଥି ପ୍ରତି ଗରୁତ୍ୱ ଦେଉନଥିବା ଶ୍ରୀମତୀ ଦାସ ଆରୋପ ଉଠାଇଛନ୍ତି । ଏହି ଭୂମିହୀନ ଗରିବ ପରିବାରଙ୍କୁ ଘରଡିହ ପଟ୍ଟା ତୁରନ୍ତ ପ୍ରଦାନ କରା ନଗଲେ ଆଗାମୀ ଦିନରେ ଜାଗ୍ରତ ନାରୀର ସଙ୍ଗଠନ ଆନ୍ଦୋଳନମୁଖୀ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଙ୍ଗଠନ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ