ଭୂମିହୀନ ଦର୍ଶାଇ ସରକାରୀ ଜମିରେ ନିର୍ମାଣ ହେଲା ମିନିପାର୍କ ଅଡୁଆରେ ପ୍ରଶାସନ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲା ଚକାପାଦ ବ୍ଳକ ବସ୍ତିଙ୍ଗିଆରେ ଠାରେ ସରକାରୀର ଅନୁଦାରେ ନିର୍ମାଣ ହେଉଥିବା ଏକ ପାର୍କକୁ ଜଣେ ବ୍ୟକ୍ତି ନିଜକୁ ଭୁୂମିହୀନ ଦର୍ଶାଇ ପାର୍କ ନିର୍ମାଣ ହେଉଥିବା ସରକାରୀ ଜମିକୁ ହାତେଇ ନେବା ଘଟଣାରେ ଭିନ୍ନ ମୋର୍ଡ଼ ହୋଇଛି । ଗାନ୍ଧୀଜୟନ୍ତି ଅବସରରେ ବସ୍ତିଙ୍ଗିଆ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ଉକ୍ତ ପାର୍କକୁ ଉଦ୍ଘାଟନ କରିବାକୁ ନେଇ ନିଷ୍ପତି ନିଆଯିବା ସହିତ ଆଦିବାସୀ ପରମ୍ପରା ଅନୁସାରେ ସେହି ଅଞ୍ଚଳରେ ଜମିପୁୂଜା କରୁଥିବା ଜାନୀ ପୂଜାରୀଙ୍କ ଦ୍ୱାରା ପୂଜାପାଠ କରିବାପରେ ତାହାକୁ ଉଦ୍ଘାଟନ କରିଛନ୍ତି ଅଞ୍ଚଳ ବାସୀ । ବର୍ତମାନ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ଖବର ଅନୁସାରେ ,ଚକାପାଦ ବ୍ଳକ ଅନ୍ତର୍ଗତ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତରେ ଆର୍ଥିକ ବର୍ଷ ୨୦୧୯-୨୦ ପ୍ରକାରେ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବସ୍ତିଙ୍ଗିଆ ଠାରେ ୧୦ଲକ୍ଷ ଟଙ୍କାରେ ଏକ ମିନିପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବହୁ କାର୍ଯ୍ୟ ଶେଷ ହୋଇ ସାରିଲାଣି । କାର୍ଯ୍ୟ ଆରମ୍ଭ ପୂର୍ବରୁ ବ୍ଳକ କାର୍ଯ୍ୟାଳୟ ନିକଟସ୍ଥ ଏକ ଜମିକୁ ରାଜସ୍ୱ ନିରୀକ୍ଷକ ତାହାକୁ ଚିହ୍ନଟ କରିବା ପରେ ଆରମ୍ଭ ହୋଇଥିଲା ମିନିପାର୍କ ନିର୍ମାଣ କାମ । କାମ ଆରମ୍ଭ ହେବାର କିଛିଦିନ ପରେ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ତଲାରିମାହା ପଞ୍ଚାୟତ ଅନ୍ତର୍ଗତ ପ୍ରଧାନମପଡା ଗ୍ରାମର କରୁଣାକର ପ୍ରଧାନ ନାମକ ଏକ ବ୍ୟକ୍ତି ଉକ୍ତ ଜମିର ପଟାଦାର ବୋଲି ଦାବୀ କରିବା ସହିତ ଉକ୍ତ ଜମିର ସମସ୍ତ କାଗଜପତ୍ର ମଧ୍ୟ ଦେଖାଇଛନ୍ତି ଯାହାକି ତାଙ୍କରି ନାମରେ ରହିଛି । ତେବେ କରୁଣାକରଙ୍କ ଘର ଜି.ଉଦୟଗିରି ବ୍ଳକରେ ହୋଇଥିବା ବେଳେ ଜି.ଉଦୟଗିରି ଅଞ୍ଚଳରେ ତାଙ୍କର ରାସନକାର୍ଡ଼ ସହିତ ଭୋଟ ତାଲିକାରେ ମଧ୍ୟ ନାମ ରହିଛି । ତଲାରିମାହା ଗ୍ରାମରୁ ସେ ରାସନ କାର୍ଡ଼ରେ ରାସନ ସାମଗ୍ରର ପାଉଥିିଲେ ମଧ୍ୟ ସେ ଚଂଚକତା କରି ଗୋଟିଏ ବ୍ଳକରୁ ଆସି ଚକାପାଦ ବ୍ଳକରେ ଭୂମିହୀନ ଦର୍ଶାଇ ଉକ୍ତ ଜାଗାଟିକୁ ହାତେଇଥିବା ଅଭିଯୋଗ କରି ବସ୍ତିଙ୍ଗିଆ ସରପଞ୍ଚଙ୍କ ସମେତ ବ୍ଳକ ପ୍ରଶାସନ ପକ୍ଷରୁ ମଧ୍ୟ ଟିକାବାଲି ଥାନାରେ ଏତଲା ଦିଆଯାଇଛି । ତେବେ ବର୍ତ୍ତମାନ ତାହା ତଦନ୍ତ ଚାଲିଛି । ଅନ୍ୟପକ୍ଷରେ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ସରପଞ୍ଚ , ସମିତିସଭ୍ୟ ଓ ୱାର୍ଡ଼ ମେମ୍ବରଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ତେବେ ଆଲେଚାନା ବେଳେ ହଠାତ୍ ସାମନ୍ତ ଦିଗାଲ ନାମକ ଏକ ବ୍ୟକ୍ତି ଗାନ୍ଧୀ ଜୟନ୍ତୀ ଅବସରରେ ଉକ୍ତ ପାର୍କକୁ ଉଦ୍ଘାଟନ ପାଇଁ ପ୍ରସ୍ତାବ ଦେବା ପରେ ଉପସ୍ଥିତ ଥିବା କୁବେର ମଲିକ , ମୋହନ ମଲିକ ,ପ୍ରଦ୍ୟୁମ୍ନ ଦିଗାଲ ଓ ଅନ୍ୟମାନେ ସମର୍ଥନ ଜଣାଇବା ସହିତ ସେଠାରେ ଉପସ୍ଥିତ ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ପାରମ୍ପରିକ ସାଜ ସଜାରେ ପାର୍କ ନିକଟରେ ପହଞ୍ଚି ସମସ୍ତଙ୍କ ଉପସ୍ଥିତିରେ ତାହାକୁ ଆଦିବାସୀ ପରମ୍ପରା ଅନୁସାରେ ପୂଜା କରାଯାଇ ଉଦ୍ଘାଟନ କରାଯାଇଛି । ବୈଠକରେ ନିଷ୍ପତି ଅନୁସାରେ ସରକାର ଉକ୍ତ ଜମିକୁ ସରକାରୀ ଖାତାକୁ ଫେରାଇ ଆଣି ନିର୍ମାଣ ହୋଇଥିବା ପାର୍କ ନାମରେ ଯଦି ନକରନ୍ତି ତାହାହେଲେ ଆଗାମି ଦିନରେ ଚକାପାଦ ତହସିଲ୍ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ବନ୍ଦ କରିଦିଆିଯବ ବୋଲି ମଧ୍ୟ ବସ୍ତିଙ୍ଗିଆ ଅଞ୍ଚଳ ବିକାଶ କମିଟି ଚେତାବନି ଦେଇଥିବା ଜଣାପଡିଛି ।